• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏଥର ଆଇପିଏଲ୍‌, କୌଣସି ଅଭିସାପଠାରୁ କମ୍‌ ନୁହେଁ । ସେ ଦୀର୍ଘ ସମୟ ଧରି ଫର୍ମକୁ ଫେରିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ତାଙ୍କ ବ୍ୟାଟ୍‌ରୁ ରନ୍‌ ତ ଦୂରର କଥା ସେ କ୍ରିଜ୍‌ରେ ମଧ୍ୟ ଛିଡ଼ା ହୋଇପାରୁନାହାନ୍ତି । ଯେମିତି ମଇଦାନକୁ ଓହ୍ଲାଉଛନ୍ତି ସେମିତି ପାଭିଲିଅନ ଫେରି ଆସୁଛନ୍ତି ।

ତେବେ କୋହଲିଙ୍କ ଏଭଳି ଫର୍ମକୁ ନେଇ ଅନେକ ବଡ଼ ବଡ଼ ଖେଳାଳି ତଥା ବିଶିଷ୍ଟ ଖେଳାଳି ଓ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ଇୟାନ୍‌ ବିଶପ । ସେ କହିଛନ୍ତି, କୋହଲି ଆଇପିଏଲ୍‌ରେ ଫର୍ମକୁ ପେରିବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି । ଚିନ୍ତାର ବିଷୟ ଯେ, ତାଙ୍କୁ ଯେକୌଣସି ବୋଲର ଆଉଟ୍‌ କରିବା ପରେ ସଫଳ ହେଉଛି । ଭିନ୍ନ ଭିନ୍ନ ଧରଣ ବୋଲିଂରେ ସେ ଆଉଟ୍‌ ହେଉଛନ୍ତି ।

ଚଳିତ ସିଜନରେ ଏବେସୁଦ୍ଧା କୋହଲି ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମୋଟ୍‌ ୧୧ଟି ମ୍ୟାଚରେ ୨୧୬ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ୧୧୧.୯୧ରହିଛି । ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୩୩ଟି ବଲରେ ୩୦ ରନ୍‌ ସଂଗ୍ରହ କରିଥିବା ବେ ମୋଇନ୍ ଅଲ୍ଲୀ ତାଙ୍କୁ ଆଉଟ୍‌ କରିଥିଲେ । ବିଶେଷକରି ଅଫ୍ ସ୍ପିନ୍ ବଲ୍‌ଗୁଡ଼ିକୁ ଖେଳିବା ପାଇଁ କୋହଲି ସଂଘର୍ଷ କରୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଶପ ।

କୋହଲିଙ୍କ ବ୍ୟାଟ୍‌ରୁ ରନ୍‌ ବାହାରୁନି ସତ । ହେଲେ ଏହା ମଧ୍ୟ ସତ ଯେ, କୋହଲିଙ୍କ ଖେଳରୁ ରନ୍‌ କରିବାର ଉତ୍ସାହ ଥିଲା ଭଳି ମନେ ହେଉ ନାହିଁ । ତାଙ୍କ ଖେଳରେ ସ୍କୋର ପାଇଁ ସେଭଳି ଉତ୍ସାହ ଥିବା ଦେଖାଯାଉନାହିଁ । ଏମିତିକି ସେ ପ୍ରଥମ ୧୦ରୁ ୧୫ ରନ୍ ପର୍ଯ୍ୟନ୍ତ ମଧ୍ୟ, ବଲ୍‌ ଓ ସ୍କୋରର ତାଳମେଳ ରଖି ପାରୁନାହାନ୍ତି । ଗତ ମ୍ୟାଚ୍‌ରେ ସେ ଛକା ମାରି ବଲ୍‌ ଓ ସ୍କୋରକୁ ସାମାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ପୁଣି ଧୀମା ପଡ଼ିଯାଇଥିଲେ । ତାଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିବା ବନ୍ଦ ହୋଇଯାଇଥିଲା ।

ବିଶପ୍ କହିଛନ୍ତି, 'କେବଳ ଏହି ସିଜିନ୍‌ରେ ବିରାଟଙ୍କ ସହ ଏହା ଘଟୁନାହିଁ । ଗତ ସିଜିନ୍‌ରେ ମଧ୍ୟ ତାଙ୍କ ସହ ଏଭଳି ଘଟିଥିଲା । ଏହା ନିଶ୍ଚିତ ଭାବେ ଚିନ୍ତାଜନକ । ଇନିଂସ ଆରମ୍ଭରୁ ଅଧିକ ସଂଖ୍ୟକ ବଲ ଖେଳିବା ପରେ, ଯଦି ଆପଣ ଦ୍ରୁତ ରନ୍‌ କରିବାକୁ ସକ୍ଷମ ହେଉନାହାନ୍ତି, ତେବେ ନିଜ ଇନିଂସକୁ ଲମ୍ବା ଟାଣିବାକୁ ହେବ । ଯଦି ଆପଣ ଲମ୍ବା ଇନିଂସ ଖେଳନ୍ତି ନାହିଁ ତେବେ ଏହା ଦଳ ପାଇଁ ଅସୁବିଧା ହୋଇପାରେ ।

'କୌଣସି ବି ବୋଲରଙ୍କୁ ଖେଳିପାରୁ ନାହାନ୍ତି କୋହଲି । ସ୍ପିନରଙ୍କ ବିରୋଧରେ କୋହଲିଙ୍କୁ ଅଧିକ ସମସ୍ୟା ହେଉଛି । ଫେବ୍ରୁଆରୀରେ ଯେତେବେଳେ ଭାରତ ଗସ୍ତରେ ଥିଲା ୱେଷ୍ଟଇଣ୍ଡିଜ୍, ସେତେବେଳେ ରୋଷ୍ଟେନ୍ ଚେଜ୍ କୋହଲିଙ୍କୁ ଆଉଟ୍‌ କରିଥିଲେ । ଗତ କିଛି ଟେଷ୍ଟ ମ୍ୟାଚ୍‌ରେ ସେ କେବଳ ଅଫ୍‌ ସ୍ପିନରଙ୍କ ଦ୍ୱାରା ଆଉଟ୍‌ ହୋଇଥିବା ଦେଖାଯାଇଛି । ଯାହାକୁ ନେଇ ବିଶପ ଚିନ୍ତିତ ଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ବୋଲର ତାଙ୍କ ୱିକେଟ୍‌ ନେବାରେ ସଫଳ ହେଉଛନ୍ତି । ଯାହାକି ବାସ୍ତବରେ ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ।