• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ରିକେଟ୍‌ର ବଡ଼ ମଞ୍ଚରେ ଯେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ଫ୍ୟାନ୍ସଙ୍କ ମନରେ ଉତ୍ସାହର ସୁଅ ଛୁଟେ । ସେହି ରୋମାଞ୍ଚକ ମ୍ୟାଚ୍‌ର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ନିଜ ସିଟ୍‌ରୁ ଉଠନ୍ତିନି ଦର୍ଶକ । ତେବେ କିଛିବର୍ଷ ହେବ ଏହି ଦୁଇ ଦଳ କେବଳ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସାମ୍ନାସାମ୍ନି ହେଉଛନ୍ତି । ଦୁଇ ଟିମ୍‌ ମଧ୍ୟରେ ବହୁବର୍ଷ ହେବ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇନାହିଁ । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ କ୍ରିକେଟର୍‌ ସାହିଦ୍‌ ଆଫ୍ରିଦି ।

ଆଫ୍ରିଦିଙ୍କ କହିବାନୁଯାୟୀ ଦୁଇଦଳ ମଧ୍ୟରେ ଥିବା ତିକ୍ତତାକୁ ଦୂର କରି ପୁଣିଥରେ ମ୍ୟାଚ୍‌ ଖେଳିବାକୁ ଦିଅନ୍ତୁ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଦୋହାରେ ଖେଳାଯାଉଥିବା ଲେଜେଣ୍ତ୍ସ କ୍ରିକେଟ୍‌ ଲିଗ୍‌ ବେଳେ ଆଫ୍ରିଦି ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ‘ମୁଁ ମୋଦିଜୀଙ୍କୁ ଅନୁରୋଧ କରିବି ଯେ ଦୁଇ ଦେଶ ମଧ୍ୟରେ ପୁନର୍ବାର ମ୍ୟାଚ୍‌ ଆୟୋଜନ କରାଯାଉ’ ।

ଅଧିକ ପଢ଼ନ୍ତୁ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଭାରତ-ପାକିସ୍ତାନ ଶେଷଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ । ଏହା ଏକ ରୋମାଞ୍ଚକ ମ୍ୟାଚ୍‌ ରହିଥିଲା । ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଟିମ୍‌ ମ୍ୟାଚ୍‌ ପାକିସ୍ତାନ ମୁହଁରୁ ଛଡ଼ାଇ ଆଣିଥିଲା । ତେବେ ଆଗକୁ ମଧ୍ୟ ଆଉ ଥରେ ଦୁଇ ପ୍ରତିଦ୍ୱନ୍ଦ୍ୱି ଚଳିତ ଏସିଆ କପ୍‌ରେ ମୁହାଁମୁହିଁ ହେବେ । କିନ୍ତୁ ଟୁର୍ଣ୍ଣାମେଣ୍ଟର ଭେନ୍ୟୁକୁ ନେଇ ଏବେ ବି ବିବାଦ ଲାଗି ରହିଛି ।

ଏସିଆ କପ୍‌ ନିଜ ମାଟିରେ ଆୟୋଜନ କରିବା ପାଇଁ ପାକିସ୍ତାନ ଅଣ୍ଟା ଭିଡ଼ିଥିବା ବେଳେ ଟିମ୍‌ ଇଣ୍ତିଆ ପାକିସ୍ତାନରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ ବୋଲି ସିଧାସଳଖ ମନା କରିଦେଇଛି । ଏହି ପ୍ରସଙ୍ଗରେ ଆଫ୍ରିଦି କହିଛନ୍ତି ଯେ, 'BCCI ଭଳି ଶକ୍ତିଶାଳୀ ବୋର୍ଡ ଶତ୍ରୁତା ଉପରେ ନୁହଁ ବରଂ ବନ୍ଧୁତା ଉପରେ ଧ୍ୟାନ ଦେବା ଉଚିତ୍‌' । ତେବେ ଏହି ପ୍ରସଙ୍ଗରେ ଆଫ୍ରିଦିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପାକିସ୍ତାନ ବୋର୍ଡ କ’ଣ ଦୁର୍ବଳ? ଆଫ୍ରିଦି କହିଛନ୍ତି ଯେ ସେ ସେପରି ଭାବନ୍ତି ନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now