Advertisment

କାହିଁକି ହାରିଲା ଚେନ୍ନାଇ, କହିଲେ କ୍ୟାପ୍‌ଟେନ୍‌ ଜାଡେଜା

ଦୁଇ ଦଳର ନୂଆ କ୍ୟାପ୍ଟେନ ମୈଦାନକୁ ଓହ୍ଲାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
CSK captain

CSK captain

ଆଇପିଏଲ୍ ଉଦଘାଟନୀ ମ୍ୟାଚରେ କୋଲକତାର ଦମଦାର ବିଜୟ ହୋଇଛି। ଚେନ୍ନାଇକୁ ୬ ୱିକେଟରେ ମାତ୍ ଦେଇଛି କେକେଆର୍। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୩୧ ରନ କରିଥିଲା। ଧୋନୀ ୩୮ ବଲରୁ ଅର୍ଦ୍ଧଶତକ କରିଥିବା ବେଳେ ଉଥପ୍ପା ୨୮ ଏବଂ ଜାଡେଜା ୨୬ ରନ୍ କରିଥିଲେ।

Advertisment

ଜବାବରେ କେକେଆର ଟିମ୍ ଆଉ ୯ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତିନେଇଥିଲା। ଓପନର ରାହାଣେ ୪୪ ରନ୍ କରିଥିବା ବେଳେ ବିଲିଙ୍ଗସ ୨୫, ରାଣା ୨୧ ଏବଂ ଶ୍ରେୟସ୍ ଆୟର ୨୦ ରନ୍ କରିଥିଲେ। ୪ ଓଭରରେ ମାତ୍ର ୨୦ ରନ୍ ଦେଇ ୨ ୱିକେଟ୍ ନେଇଥିବା କେକେଆର ଟିମ୍‌ର ଉମେଶ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଦୁଇ ଦଳର ନୂଆ କ୍ୟାପ୍ଟେନ ମୈଦାନକୁ ଓହ୍ଲାଇଥିଲେ। କୋଲକାତା ଶ୍ରେୟସ ଆୟରଙ୍କୁ ନିଲାମ ବେଳେ କିଣିବା ପରେ ଅଧିନାୟକ ପଦ ପ୍ରଦାନ କରିଛି। ସେହିପରି ଚେନ୍ନାଇର ଅଧିନାୟକ ପଦ ମହେନ୍ଦ୍ର ସିଂହ ଧୋନି ଦୁଇ ଦିନ ତଳେ ଛାଡ଼ିଥିଲେ। ଧୋନିଙ୍କ ବଦଳରେ ୨୦୨୨ରେ ରବୀନ୍ଦ୍ର ଜାଡେଜା ଚେନ୍ନାଇର କମାଣ ସମ୍ଭାଳିଛନ୍ତି।

Advertisment

ଜାଡେଜା ପ୍ରଥମଥର ପାଇଁ କୌଣସି ଆଇପିଏଲ ଟିମର ଅଧିନାୟକ ହୋଇଛନ୍ତି। କିନ୍ତୁ ଶ୍ରେୟସ ଆୟର ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛନ୍ତି। ଦୁଇ ଜଣ ଯାକ ଯୁବ ଖେଳାଳି। ତେଣୁ ଯୁବ କ୍ୟାପ୍ଟେନଙ୍କ ମଧ୍ୟରେ କଡ଼ା ଟକ୍କର ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଜାଡେଜାଙ୍କ ଆଇପିଏଲ କ୍ୟାପ୍ଟେନ୍ସି କ୍ୟାରିଅର ପରାଜୟରୁ ଆରମ୍ଭ ହୋଇଛି।

ତେବେ ମ୍ୟାଚ୍‌ ପରର ପ୍ରେଜେଣ୍ଟେସନ୍‌ରେ ଜାଡେଜା କହିଛନ୍ତି ଯେ- ମୁଁ ଭାବୁଛି କାକର ଏହାର ପ୍ରମୁଖ କାରଣ। ଯଦି ଟସ୍‌ ଜିତିବେ, ତେବେ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେବେ। ପ୍ରଥମ ୬-୭ ଓଭର୍‌ରେ ୱିକେଟ୍‌ ରକ୍ଷା କରିବା କଷ୍ଟକର। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭଲ ଭାବରେ ବ୍ୟାଟ୍‌ ସହ ବଲ୍‌ର ସଂଯୋଗ ହେଉଛି।

ଆମେ ଖେଳକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲୁ। ଆଉ ସବୁଠୁ ଭଲ କଥା, ଏହି ମ୍ୟାଚ୍‌ରୁ ଆମେ ତାହା କରିପାରିଛୁ। ବ୍ରାଭୋଙ୍କ ବୋଲିଂ ଉନ୍ନତମାନର ଥିଲା। ସମସ୍ତେ କାକରରେ ଭଲ ବୋଲିଂ କରିପାରିଛନ୍ତି। ମୁଁ ଭାବୁଛି କାକର ଏହାର ପ୍ରମୁଖ କାରଣ ହୋଇପାରେ। ତଥାପି ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ବ୍ୟାଟିଂ କ୍ଷେତ୍ରରେ ଦେଖିବାକୁ ଗଲେ ଆମେ ପାଟନର୍‌ସିପ୍‌ କରିବାରେ ଅସମର୍ଥ ହୋଇଛୁ। ଆଗାମୀ ମ୍ୟାଚ୍‌ରେ ଆମେ ଭଲ କରିବୁ। 

KKR Vs CSK IPL 2022
Advertisment
Advertisment