Advertisment

Harry Brook Suspended: ଆଇପିଏଲରୁ ବାସନ୍ଦ ହେଲେ ଇଂଲିଶ ସୁପରଷ୍ଟାର, ୨ ବର୍ଷ ଯାଏ ଖେଳି ପାରିବେନି

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ଇଂଲିଶ ସୁପରଷ୍ଟାର ହ୍ୟାରୀ ବ୍ରୁକଙ୍କୁ ବଡ ଝଟକା। ଆସନ୍ତା ୨ ବର୍ଷ ପାଇଁ ଏହି ଷ୍ଟାର ଖେଳାଳିଙ୍କୁ ବ୍ୟାନ କରିଛି ଆଇପିଏଲର ଗଭରନିଙ୍ଗ କାଉନସିଲ। ମେଗା ଅକ୍ସନରେ ବ୍ରୁକଙ୍କୁ କିଣିଥିଲା ଦିଲ୍ଳୀ କ୍ୟାପିଟାଲ୍ସ। ତେବେ ଆଇପିଏଲର ୧୮ ତମ ସଂସ୍କରଣ ଆରମ୍ଭ ହେବାର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଓହରି ଯାଇଛନ୍ତି ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ।

harry brook

harry brook

Advertisment

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ଇଂଲିଶ ସୁପରଷ୍ଟାର ହ୍ୟାରୀ ବ୍ରୁକଙ୍କୁ ବଡ ଝଟକା। ଆସନ୍ତା ୨ ବର୍ଷ ପାଇଁ ଏହି ଷ୍ଟାର ଖେଳାଳିଙ୍କୁ ବ୍ୟାନ କରିଛି ଆଇପିଏଲର ଗଭରନିଙ୍ଗ କାଉନସିଲ। ମେଗା ଅକ୍ସନରେ ବ୍ରୁକଙ୍କୁ କିଣିଥିଲା ଦିଲ୍ଳୀ କ୍ୟାପିଟାଲ୍ସ। ତେବେ ଆଇପିଏଲର ୧୮ ତମ ସଂସ୍କରଣ ଆରମ୍ଭ ହେବାର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଓହରି ଯାଇଛନ୍ତି ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ। ଏଥିଯୋଗୁ ତାଙ୍କୁ ଆଇପିଏଲରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଲଗାତର ଦ୍ୱିତୀୟ ସିଜନ ଲାଗି ବ୍ରୁକ ଉପଲବ୍ଧ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ବ୍ରୁକ ନିଜ ଆଇପିଏଲ ଫ୍ରାଞ୍ଚାଇଜ ନିକଟରୁ କ୍ଷମା ପ୍ରାର୍ଥନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

ଏହା ସହିତ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଆଗାମୀ ଆଇପିଏଲରୁ ଓହରିବ ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା॥ ଏଥିଲାଗି ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଓ ଏହାର ସମର୍ଥନଙ୍କଠାରୁ କ୍ଷମାପ୍ରାର୍ଥନା କରୁଛି। କ୍ରିକେଟ ସର୍ବଦା ଭଲ ପାଉଥିବା ବେଳେ ଶ୍ରୀର୍ଷ ସୋପାନରେ ଖେଳିବାକୁ ସୁଯୋଗ ମିଳିବା ମୋ ପାଇ ଗର୍ବର ବିଷୟ। ଇଂଲଣ୍ଡ କ୍ରିକେଟ ଲାଗି ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ସମୟ। ଆଗାମୀ ସିରିଜ ପାଇଁ ପ୍ରସ୍ତୁତିରେ ସମୟ ଦେବାକୁ ଚାହୁଁଥିବା କାରଣରୁ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। କ୍ୟାରିୟରର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ନିଜକୁ ନିଜକୁ ରିଚାର୍ଜ କରିବା ଲାଗି ଏଭଳି ବ୍ରେକ ଦରକାର ବୋଲି ସେ କହିଛନ୍ତି।

Advertisment

ମୁଁ ଜାଣିଛି ସମସ୍ତେ ଏହି ନିଷ୍ପତ୍ତିକୁ ବୁଝି ପାରିବେ ନାହିଁ ଏବଂ ଏହା ଆଶା ବି କରୁ ନାହିଁ। କିନ୍ତୁ ଯାହା ଉଚିତ ବୋଲି ମୁଁ ବିଶ୍ୱାସ କରେ, ତାହା କରିବାକୁ ପସନ୍ଦ କରିଥାଏ। ମୁଁ ଦେଶ ପାଇଁ ଖେଳିବାକୁ ପ୍ରାଥମିକତା ଦେଉଛି ବୋଲି ବ୍ରୁକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଇଂଲଣ୍ଡ ଆସନ୍ତା ଜୁନରେ ଭାରତ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହାପରେ ନଭେମ୍ବରରେ ଆସେସ ଆରମ୍ଭ ହେବ। ଗତ ବର୍ଷ ବ୍ରୁକ ତାଙ୍କ ଜେଜେମାଙ୍କ ମୃତ୍ୟୁ ଯୋଗୁ ଆଇପିଏଲରୁ ଓହରି ଯାଇଥିଲେ। ଆଇପିଏଲ ନିୟମ ଅନୁଯାୟୀ, ଅକ୍ସନରେ ବିକ୍ରି ହେବା ପରେ ଆହତ ସମସ୍ୟା ବ୍ୟତୀତ ଅନ୍ୟ ଯେକୌଣସି କାରଣରୁ ସିଜନ ଲାଗି ଅନୁପଲବ୍ଧ ରହିଲେ ବିଦେଶୀ ଖେଳାଳିଙ୍କୁ ୨ ବର୍ଷ ଲାଗି ବାସନ୍ଦ କରାଯିବ।

ଅଧିକ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ; ମାସକୁ ରୋଜଗାର ଏତିକି କୋଟି

Advertisment
IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ