• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ବକପର ଆଗାମୀ ଦୁଇଟି ମ୍ୟାଚରୁ ବାଦ ପଡ଼ି ପାରନ୍ତି ହାର୍ଦ୍ଦିକ । ଏନେଇ ଜୋର ଧରିଛି ଚର୍ଚ୍ଚା । ଗତ ଅକ୍ଟୋବର ୧୯ ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଗୋଇଠିରେ ଆଘାତ କାରଣରୁ ସେ ନିଜର ଓଭର ମଧ୍ୟ ଶେଷ କରି ପାରି ନଥିଲେ ।

ଆହତ ସମସ୍ୟାରୁ ମୁକୁଳି ନଥିବାରୁ ସେ ନ୍ୟୁଜିଲାଣ୍ତ ବିପକ୍ଷରେ ମଧ୍ୟ ଖେଳି ନଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଆଗାମୀ ଦୁଇଟି ବିଶ୍ବକପ ମ୍ୟାଚରୁ ସେ ବାଦ ପଡ଼ି ପାରନ୍ତି । ହାର୍ଦ୍ଦିକଙ୍କ ଆଘାତ ସମସ୍ୟା କେତେ ଗୁରୁତର ଏନେଇ ଗତ ସୋମବାର ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିପୋର୍ଟ କରା ଯାଇଛି ।

ନିଜର ସମସ୍ତ ମ୍ୟାଚ ଜିତି ଟେବୁଲ ଟପ୍ପର ଥିବା ଭାରତ ବିଶ୍ବକପରେ ସୁବିଧାଜନକ ସ୍ଥିତିରେ ରହିଛି । ଏଣୁ ଏହାକୁ ବିଚାରକୁ ନେଇ ଆଗାମୀ ଦୁଇଟି ମ୍ୟାଚରୁ ପାଣ୍ଡ୍ୟାଙ୍କୁ ବାଦ ଦେବାକୁ ଚିନ୍ତା କରୁଛି ବିସିସିଆଇ । ନକଆଉଟ ପର୍ଯ୍ୟାୟକୁ ସେ ସୁସ୍ଥ ହୋଇ ଯାଇଥିବେ ବୋଲି ଅନୁମାନ କରା ଯାଉଛି ।

ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ବିସିସିଆଇ ସହ ମେଡିକାଲ୍ ଟିମ୍ ଅତି ସତର୍କତାର ସହ କାମ କରୁଛନ୍ତି ବୋଲି ଜଣା ଯାଇଛି । ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ୨୯ରେ ଭାରତ ନିଜର ଆଗାମୀ ମ୍ୟାଚ ଖେଳିବ । ଲକ୍ଷ୍ନୌଠାରେ ଗତଥରର ଚାମ୍ପିୟନ ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ ।