• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ, ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି । ଆଜି ହେଉଛି ତାଙ୍କ ୪୨ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ।

ଅଧିକ ପଢ଼ନ୍ତୁ: କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନି !

ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି ।  ଗତକାଲି ଠାରୁ ତାଙ୍କୁ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କ୍ରିକେଟ ଜଗତରେ କିମ୍ବଦନ୍ତୀ ପାଲଟିଛନ୍ତି ଧୋନି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

 

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା । ସେହି ବର୍ଷ ସେ ଦେଶକୁ ଟି-ଟ୍ୱେଣ୍ଟି ଟ୍ରଫି ଜିତାଇଥିଲେ ।

ଅଧିକ ପଢ଼ନ୍ତୁ: ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

ଆଇପିଏଲରେ ମଧ୍ୟ ଧୋନି ସବୁଠାରୁ ସଫଳ ଅଧିନାୟକ ଭାବେ ୫ଟି ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଯେତେ ବୟସ ବଢ଼ୁଛି, ଧୋନିଙ୍କ ପ୍ରତି ଫ୍ୟାନଙ୍କ ଭଲପାଇବା ସେତେ ବଢ଼ୁଛି । ୨୦୨୪ ଆଇପିଏଲରେ ମଧ୍ୟ ଧୋନି ପୁଣିଥରେ ଖେଳିପାରନ୍ତି ବୋଲି ଜଣାପଡ଼ିଛି`।