Neeraj Chopra
ପ୍ୟାରିସ୍ରେ ଜାରି ରହିଛି ଅଲିମ୍ପିକ୍ସ । ଚଳିତ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତ ସୁଟିଂ ଇଭେଣ୍ଟରେ ୩ଟି ବ୍ରୋଞ୍ଜ ମେଡାଲ ଜିତିଛି । ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ଆଶା ରହିଛି । ତେବେ ଏହାରି ମଧ୍ୟରେ ଏକ ଭିସା କମ୍ପାନୀ ଏକ ସ୍ୱତନ୍ତ୍ର ଅଫର ଆରମ୍ଭ କରିଛି । ଭିସା କମ୍ପାନୀ ଆଟଲିସ୍ ସିଇଓ ମୋହକ ନାହତା ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡିନ୍ରେ ଏମିତି ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ଲିଙ୍କ୍ଡିନ୍ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଯଦି ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ସେ ତାଙ୍କ ୟୁଜର୍ସଙ୍କୁ ଗୋଟିଏ ଦିନ ପାଇଁ ମାଗଣା ଭିସା ପ୍ରଦାନ କରିବେ ।
ଅଧିକ ପଢନ୍ତୁ : କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ
ଜୁଲାଇ ୩୦ରେ ସେ ଲେଖିଥିଲେ କି, ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି । ତେବେ ଜୁଲାଇ ୩୦ରେ କରିଥିବା ଏହି ପୋଷ୍ଟର ସେ ଗତକାଲି ସ୍ପଷ୍ଟୀକରଣ ରଖିଛନ୍ତି ।
ଆଉ ଏକ ପୋଷ୍ଟ କରି ସେ କହିଛନ୍ତି, ‘୩୦ ଜୁଲାଇରେ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ଯଦି ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତନ୍ତି ତେବେ ମୁଁ ସମସ୍ତଙ୍କୁ ମାଗଣା ଭିସା ଦେବି’ । ଯେହେତୁ ଆପଣମାନଙ୍କ ମଧ୍ୟରୁ ଅନେକ ଏନେଇ ସବିଶେଷ ତଥ୍ୟ ମାଗିଛନ୍ତି, ତେଣୁ ସେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସେ ଲେଖିଛନ୍ତି ‘ନୀରଜ ଚୋପ୍ରା ୮ ଅଗଷ୍ଟରେ ପଦକ ପାଇଁ ପ୍ରତିଯୋଗୀତା କରିବେ । ଯଦି ସେ ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ଆମେ ସମସ୍ତ ଉପଭୋକ୍ତାଙ୍କୁ ଗୋଟିଏ ଦିନ ପାଇଁ ମାଗଣା ଭିସା ପ୍ରଦାନ କରିବୁ’।
ମେହତା ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏହି ଭିସା ପାଇଁ ଲୋକମାନଙ୍କୁ କିଛି ଖର୍ଚ୍ଚ କରିବାକୁ ପଡ଼ିବନି ଏବଂ ଏହା ସମସ୍ତ ଦେଶକୁ କଭର କରିବ । ତେବେ ଏହି ଅଫରର ଲାଭ ପାଇବା ପାଇଁ ୟୁଜର୍ସ କ’ଣ କରିବା ଆବଶ୍ୟକ ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
ଅଧିକ ପଢନ୍ତୁ : Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ
ସୂଚନା ଅନୁସାରେ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ଆଶା ରହିଛି । ସେ ଟୋକିଓ ଭଳି ପ୍ୟାରିସ୍ରେ ମଧ୍ୟ ଗୋଲ୍ଡ ମେଡାଲ ଜିତିବେ ବୋଲି ସମସ୍ତ ଭାରତୀୟ ଆଶା ବାନ୍ଧି ବସିଛନ୍ତି । ସେପଟେ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଭାରତ ମୋଟ ୩ଟି ପଦକ ଜିତିଛି । ସୁଟିଂରେ ହିଁ ଏହି ୩ଟି ପଦକ ଭାରତକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722581932.jpg)