• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିମାନ ଭିତରେ ବୋହୁଛି ଗମଗମ ଝାଳ .. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଆଇଭରୀ କୋଷ୍ଟକୁ ବିମାନରେ ଯାଇଥାଆନ୍ତେ ଗାମ୍ୱିଆ ଖେଳାଳି । କିନ୍ତୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ଘଟିଥିଲା ଅଭାବନୀୟ ଘଟଣା । ବିମାନରେ ଚାପର ପରିମାଣ ବୃଦ୍ଧି ପାଇଥିଲା ଓ ପରେ ବିମାନର ଗତିପଥ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥିଲା ।

କ୍ୟାବିନରେ ଚାପ ବୃଦ୍ଧି ପାଇବା ଫଳରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ ଝାଳରେ ଗାଧୋଇ ପଡ଼ିଥିଲେ । ଅମ୍ଳଜାନର ଅଭାବ ଖେଳାଳିଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ଏନେଇ ଗାମ୍ୱିଆ କୋଚ୍ ଟମ୍ ସେଣ୍ଟଫିଟ୍ ଗତକାଲି ସୂଚନା ଦେଇଛନ୍ତି । ଗାମ୍ୱିଆ ଦଳର ଜଣେ ଖେଳାଳି ମଧ୍ୟ ଏନେଇ ସୋସିଆଲ ମିଡ଼ିଆ ସାଇଟ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏପରି ଭୟାନକ ଘଟଣା କଦାପି ଗ୍ରହଣୀୟ ନୁହେଁ ବୋଲି ସେ ଲେଖିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Saidy Janko (@saidyjanko22)

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ସାଉଦି ଆରବରୁ ଗାମ୍ବିଆକୁ ପାଖାପାଖି ୩୨ ଘଣ୍ଟାର ଯାତ୍ରା ମଧ୍ୟରେ ଏକ ଭୟଙ୍କର ଘଟଣା ଘଟି ଯାଇଛି । ଖେଳାଳିମାନଙ୍କୁ ନେବା ପାଇଁ ଉଦ୍ଦିଷ୍ଟ ଥିବା ବିମାନଟି ନିହାତି ଛୋଟ ଥିବା ବେଳେ, ସେଥିରେ ଉତ୍ତାପ ବହୁତ ଥିଲା ବୋଲି ନିଜ ପୋଷ୍ଟରେ ସେ ପ୍ରକାଶ କରିଛନ୍ତି । ତେବେ ଏପରି ଘଟଣା ନେଇ ବିମାନ କ୍ରୁ କହିଥିଲେ, ଉଡ଼ାଣ ଭରିବା ପରେ ହିଁ ସ୍ଥିତି ସ୍ୱାଭାବିକ ହୋଇଯିବ ।

ସେହି ସମୟରେ ଅମ୍ଳଜାନର ଅଭାବ ସହିତ ପ୍ରବଳ ଗରମ ପାଇଁ ଅନେକ ଖେଳାଳିଙ୍କର ପ୍ରବଳ ମୁଣ୍ଡବିନ୍ଧା ଆରମ୍ଭ ହୋଇ ଯାଇଥିଲା । ଅନ୍ୟପଟେ ଉଡ଼ାଣ ଭରିବା ପରେ ମଧ୍ୟ ସ୍ଥିତି ସୁଧୁରି ନଥିଲା । କିଛି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ସ୍ୱାସ୍ଥାବସ୍ଥାରେ  ଅବନତି ଘଟିବାରୁ ବିମାନ ଉଡ଼ାଣର ୯ ମିନିଟ ପରେ ପାଇଲଟଙ୍କୁ ବଞ୍ଜୁଲ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା ।