• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳି ପରାଜୟ ଭୋଗିଥିଲା ଭାରତ । ତେବେ ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ସାତୋଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଥିଲେ ବିରାଟ । ଏପରି କରିବାରେ ବିରାଟ କୋହଲି ପୁରା ବିଶ୍ୱରେ ପ୍ରଥମ ବ୍ୟାଟର ହୋଇଛନ୍ତି । ଗତକାଲି ଭାରତର ଦ୍ୱିତୀୟ ଇଂନିସରେ ସେ ୮୨ ଟି ବଲରୁ ୭୬ ରନ ସଂଗ୍ରହ କରିଥିଲେ । ଏହା ସହ ସେ ଚଳିତ କ୍ୟାଲେଣ୍ତର ବର୍ଷରେ ମୋଟ ୨୦୦୬ ରନ ସଂଗ୍ରହ କରି ନେଇଥିଲେ ।

ଏହା ପୂର୍ବରୁ ସେ ୨୦୧୨ରେ ୨୧୮୬ ରନ୍, ୨୦୧୪ରେ ୨୨୮୬ ରନ୍, ୨୦୧୬ରେ ୨୫୯୫ ରନ୍, ୨୦୧୭ରେ ୨୮୧୮ ରନ୍, ୨୦୧୮ରେ ୨୭୩୫ ରନ୍ ଏବଂ ୨୦୧୯ରେ ୨୪୫୫ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରି ପାରିନାହାନ୍ତି ।

ଅନ୍ୟପଟେ ଫାଷ୍ଟ ବୋଲରଙ୍କ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଗୋଟେ ଇଂନିସ ଓ ୩୨ ରନରେ ଭାରତକୁ ପରାଜିତ କରିଛି । ଫଳରେ ପ୍ରଥମ ଟେଷ୍ଟ ମ୍ୟାଚରେ ଜିତି ଦକ୍ଷିଣ ଆଫ୍ରିକା ସିରିଜରେ ଅଗ୍ରଣୀ ରହିଛି । ୫ ଦିନ ବ୍ୟାପୀ ଖେଳା ଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାତର ଏହି ଲଜ୍ୟାଜନକ ପରାଜୟ ଭୋଗିଛି ।

ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକାର ବ୍ୟାଟର ଡିନ ଏଲଗାରଙ୍କ ୧୮୫ ରନ ବଳରେ ୧୬୩ ରନ କରି ଅଗ୍ରଣୀ ରହିଥିଲା । ଦ୍ୱିତୀୟ ଇଂନିସରେ ଭାରତ ମାତ୍ର ୧୩୧ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂନିସ ପରାଜୟ ଭୋଗିଥିଲା ଟିମ ଇଣ୍ତିଆ ।