Advertisment

ଭୁବନେଶ୍ୱରରେ ଫୁଟବଲ୍ ଫିଭର, କାଲିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଫୁଟବଲ୍ ମହାକୁମ୍ଭ

ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନର୍‌ରେ ଝଲସୁଛି ରାସ୍ତାଘାଟ। ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA U-17 Women’s World Cup

FIFA U-17 Women’s World Cup: Kalinga Stadium In Bhubaneswar To Host Match From Tomorrow

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତାକାଲିଠାରୁ ଫୁଟବଲ୍ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ୧୭ ବର୍ଷରୁ କମ୍ ବିଶ୍ୱକପ୍ ମହିଳା ଫୁଟବଲ୍ ମ୍ୟାଚ୍‌ କାଲିଠୁ ଆରମ୍ଭ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଉଦ୍‌ଘାଟନ ହେବ। ଏଥିପାଇଁ ସଜେଇ ହୋଇଛି ଷ୍ଟାଡିୟମ୍‌। ୧୨ ହଜାର କ୍ଷମତା ବିଶିଷ୍ଟ କଳିଙ୍ଗ ଷ୍ଟାଡିୟମ୍‌କୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ରଙ୍ଗୀନ କରାଯାଇଛି। ଲାଲ୍‌, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି।

Advertisment

ଏହାସହ ଭୁବନେଶ୍ୱର ର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନର୍‌ରେ ଝଲସୁଛି ରାସ୍ତାଘାଟ। ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ। ଆସନ୍ତାକାଲି ଉଦ୍‌ଘାଟନୀ ମ୍ୟାଚ୍‌ରେ ମରୋକୋ-ବ୍ରାଜିଲ୍‌ ମଧ୍ୟରେ ହେବାକୁ ଥିବାବେଳେ ସନ୍ଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ହେବ ହାଇଭୋଲଟେଜ୍ ଫାଇଟ୍। ଚଳିତ ମାସ ୧୧, ୧୪ ଏବଂ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଗୋଆ ଓ ମହାରାଷ୍ଟ୍ରରେ ବି ଖେଳାଯିବ ଫୁଟବଲ୍‌ ବିଶ୍ୱକପ୍‌ର କିଛି ମ୍ୟାଚ୍। 

ଅନ୍ୟପକ୍ଷେ, ଫୁଟବଲ୍ ବିଶ୍ୱକପ୍‌ ପାଇଁ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ। କଳିଙ୍ଗ ଷ୍ଟାଡ଼ିୟମ୍ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର, ୧୦୦ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଷ୍ଟାଡିୟମ୍ ଭିତରେ ସାଧା ପୋଷାକରେ ପୋଲିସ୍ ମୁତୟନ ରହିବେ। ପାର୍କିଂ ଆଉ ଟ୍ରାଫିକକୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନି‌ଆଯାଇଛି।

Advertisment
Kalinga Stadium FIFA U-17 Women’s World Cup
Advertisment
Advertisment