Advertisment

Watch: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ

ବିରାଟଙ୍କୁ ଗ୍ରାଉଣ୍ଡରେ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକମାନେ ବିରାଟ କୋହଲିଙ୍କୁ ବୋଲିଂ ଦେବାକୁ ଦାବି କରିଥିଲେ । ଫ୍ୟାନ୍ସମାନେ ‘ବିରାଟ କୋହଲିଙ୍କୁ ବୋଲିଂ ଦିଅ’ ବୋଲି ନାରା ଲଗାଇଥିଲେ ।

ଅଦ୍ୟତନ ହୋଇଛି
‘ବିରାଟ କୋହଲିଙ୍କୁ ଦିଅ ବୋଲିଂ’

‘ବିରାଟ କୋହଲିଙ୍କୁ ଦିଅ ବୋଲିଂ’

Advertisment

୧୨ ବର୍ଷ ପରେ ପୁଣି ଥରେ ରଣଜୀ ଟ୍ରଫି ଖେଳୁଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ରଣଜୀ ଟ୍ରଫି ୨୦୨୪-୨୫ରେ ଦିଲ୍ଲୀ ପାଇଁ ଖେଳୁଛନ୍ତି ବିରାଟ । ସୂଚନା ଅନୁସାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ-ରେଳବାଇ ବିପକ୍ଷରେ ରଣଜୀ ଟ୍ରଫି ଗ୍ରୁପ୍‌ ପର୍ଯ୍ୟାୟର ଶେଷ ଲିଗ୍‌ ମ୍ୟାଚ୍‌ ଖେଳୁଛି । ଏହି ମ୍ୟାଚ୍‌ ମାଧ୍ୟମରେ କୋହଲି ୧୨ ବର୍ଷରୁ ଅଧିକ ସମୟ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି । ଯଦିଓ ବିରାଟ ରଣଜୀକୁ ଫେରିଛନ୍ତି କିନ୍ତୁ ଆୟୁଶ ବାଦୋନି ଦିଲ୍ଲୀ ଦଳର ନେତୃତ୍ୱ ନେଉଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଗମ୍ଭୀରଙ୍କୁ ନେଇ ବଡ ବୟାନ ଦେଲେ ୱାସିମ ଆକ୍ରମ

ଏହି ମ୍ୟାଚ୍‌ରେ ଦିଲ୍ଲୀ ଟସ୍‌ ଜିତି ବୋଲି କରିବାର ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ଦଳ ସହ ବିରାଟ କୋହଲି ଫିଲ୍ଡିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ବିରାଟଙ୍କୁ ଗ୍ରାଉଣ୍ଡରେ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକମାନେ ବିରାଟ କୋହଲିଙ୍କୁ ବୋଲିଂ ଦେବାକୁ ଦାବି କରିଥିଲେ । ଫ୍ୟାନ୍ସମାନେ ‘ବିରାଟ କୋହଲିଙ୍କୁ ବୋଲିଂ ଦିଅ’ ବୋଲି ନାରା ଲଗାଇଥିଲେ । ଯେଉଁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ସୂଚନା ଅନୁସାରେ, ମ୍ୟାଚ୍‌ର ପ୍ରଥମ ଦିନରେ ଦିଲ୍ଲୀ ପାଇଁ ଏପର୍ଯ୍ୟନ୍ତ ମୋଟ ୬ ଜଣ ବୋଲର ବୋଲିଂ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିନାୟକ ଆୟୁଶ ବଦୋନି ମଧ୍ୟ ରହିଛନ୍ତି । ତେବେ ବିରାଟଙ୍କ ଫ୍ୟାନ୍ସଙ୍କ ଡିମାଣ୍ଡ ପରେ କୋହଲି ବୋଲିଂ କରିବାକୁ ଆସୁଛନ୍ତି ନା ନାହିଁ ତାହା ଏବେ ଦେଖିବାର ବିଷୟ । ଆପଣଙ୍କୁ କହି ରଖୁଛୁ ଯେ ବିରାଟ କୋହଲି ନଭେମ୍ବର ୨୦୧୨ରେ ଶେଷ ଥର ପାଇଁ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ । ଏବେ କୋହଲି ୧୨ ବର୍ଷରୁ ଅଧିକ ସମୟ ପରେ ରଣଜୀ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହି ମ୍ୟାଚରେ ବିରାଟଙ୍କୁ ଦେଖିବା ପାଇଁ ଆଜି ଭୋରରୁ ଷ୍ଟାଡିୟମ ଆଗରେ ଲମ୍ବା ଲାଇନ ଲଗାଇଥିଲେ ହଜାର ହଜାର ଫ୍ୟାନ୍। ଏପରିକି ଷ୍ଟାଡିୟମରେ ପ୍ରବେଶ ପାଇଁ ୨ କିଲୋମିଟର ଯାଏ ଧାଡ଼ି ଲମ୍ବିଥିବା କୁହାଯାଉଛି । ହାତରେ କୋହଲିଙ୍କ ପ୍ଲାକାର୍ଡ, ପୋଷ୍ଟର ବ୍ୟାନର ଧରି ଷ୍ଟାଡିୟମର ଭିତରକୁ ଆସିଥିଲେ ଫ୍ୟାନ୍। ବିରାଟ କୋହଲି, ବିରାଟ କୋହଲି ଧ୍ୱନିରେ କମ୍ପିଥିଲା ଥିଲା ଷ୍ଟାଡିୟମ। ଫ୍ୟାନଙ୍କ ଭିତରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ। ଏପରିକି ଜଣେ ଫ୍ୟାନ୍ ଠେଲାପେଲା କରି ଷ୍ଟାଡିୟମ ଭିତରକୁ ପଶି ଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେଉଛି।

Advertisment

ସୂଚନା ଅନୁସାରେ, ଟିମ୍ ଇଣ୍ଡିଆ ୨୦୨୪-୨୫ ମସିହାରେ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ଟିକିଆ ଟେଷ୍ଟ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିଥିଲା। ଏହି ସିରିଜରେ ବିରାଟ କୋହଲି ଫ୍ଲପ୍ ହୋଇଥିଲେ। ସେ ସିରିଜର ପ୍ରଥମ ମ୍ୟାଚ୍‌ରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହା ପରେ, କୋହଲି ବାକି ଚାରୋଟି ମ୍ୟାଚ୍ ରେ ମୋଟ ୧୯୦ ରନ୍ କରିଥିଲେ । କେବଳ ବିରାଟ ନୁହଁନ୍ତି ବର୍ଡର-ଗାଭାସ୍କର ଟ୍ରଫିରେ ପୂରା ଭାରତୀୟ ବ୍ୟାଟିଂ ଲାଇନ୍‌ ଖରାପ ପ୍ରଦର୍ଶନ କରିଥିଲା । ଯାହା ଫଳରେ ବିରାଟ କୋହଲିଙ୍କ ସମେତ ଅନେକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରଣଜୀ ଟ୍ରଫିରେ ଖେଳିବାକୁ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: ଫ୍ୟାନଙ୍କ ପାଗଳାମି; ପଶିଗଲେ ଷ୍ଟାଡିୟମ, ବିରାଟଙ୍କ ପାଦ ଛୁଇଁବାକୁ କଲେ ଠେଲାପେଲା

Virat Kohli Delhi Ranji Trorophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ