Advertisment

Viral Video: ଲାହୋର ଷ୍ଟାଡିୟମରେ ଉଡ଼ାଉଥିଲେ ତ୍ରିରଙ୍ଗା, ଗିରଫ କଲା ପାକିସ୍ତାନ ପୋଲିସ୍‌

ଲାହୋରରେ ଖେଳାଯାଉଥିବା ଏକ ମ୍ୟାଚ୍‌ରେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଉଥିବାର ଦେଖିବାକୁ ମିଳିଥିଲା ।

ଅଦ୍ୟତନ ହୋଇଛି
ତ୍ରିରଙ୍ଗା ଧରିଥିଲେ ବୋଲି...

ତ୍ରିରଙ୍ଗା ଧରିଥିଲେ ବୋଲି...

Advertisment

ପାକିସ୍ତାନରେ ଆୟୋଜିତ ହେଉଛି ଚାମ୍ପିଅନ୍ସ ଟ୍ରଫି-୨୦୨୫ । ପାକିସ୍ତାନର ଲାହୋର, କରାଚି ଏବଂ ରାୱଲପିଣ୍ଡିର ତିନୋଟି ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଅନୁଷ୍ଠିତ ହେଉଛି । ତେବେ ଲାହୋରରେ ଖେଳାଯାଉଥିବା ଏକ ମ୍ୟାଚ୍‌ରେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଉଥିବାର ଦେଖିବାକୁ ମିଳିଥିଲା । ସୁରକ୍ଷା କର୍ମୀ ଯୁବକଙ୍କୁ ଦେଖିବା ମାତ୍ରେ ସେମାନେ ତାଙ୍କ ନିକଟରେ ପହଞ୍ଚି ତ୍ରିରଙ୍ଗା ଜବତ କରିଥିଲେ। କେବଳ ଏତିକି ନୁହେଁ ଯୁବକଙ୍କୁ ସୁରକ୍ଷାକର୍ମୀମାନେ ତାଙ୍କ କଲର ଧରି ଷ୍ଟାଡିୟମରୁ ବାହାର କରିଥିଲେ । ଏମିତି କି ପରେ ତାଙ୍କୁ ପୋଲିସ୍ ଗିରଫ ମଧ୍ୟ କରିଥିଲା ।

Advertisment

ଅଧିକ ପଢ଼ନ୍ତୁ: ମେଲବର୍ଣ୍ଣ- ବାରବାଡୋସ୍‌ ପରେ ଏବେ ଦୁବାଇ, ସବୁଠି କିଙ୍ଗ୍ କୋହଲିଙ୍କ ଜଲୱା

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଷ୍ଟାଡିୟମରେ ଭାରତୀୟ ପତାକା ଉଡ଼ାଉଛନ୍ତି । କୁହାଯାଉଛି ଯେ ଏହି ଭିଡିଓ ଲାହୋରର ଗାଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଅଟେ । ଏହି ସମୟରେ ଜଣେ ଯୁବକ ଭାରତୀୟ ପତାକା ଷ୍ଟାଡିୟମରେ ଧରିଥିବାର ଦେଖିବାକୁ ମିଳିଥିଲା । ତେବେ ଏହା ଦେଖି ସୁରକ୍ଷା କର୍ମୀମାନେ ଉକ୍ତ ଯୁବକଙ୍କ ପାଖରେ ପହଞ୍ଚି ତାଙ୍କ କଲର ଧରି ନିଜ ଆସନରୁ ଉଠାଇ ନେଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶର ପତାକା କରାଚି ଷ୍ଟାଡିୟମରେ ଲାଗିଥିଲା । କିନ୍ତୁ ଭାରତର ପତାକା ଦୃଶ୍ୟମାନ ହେଉ ନଥିଲା । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଏକ ସୂତ୍ର କହିଛି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଆସିନାହିଁ, ତେଣୁ ଷ୍ଟାଡିୟମରେ ଭାରତୀୟ ପତାକା ରଖାଯାଇ ନାହିଁ। ପାକିସ୍ତାନ ଆସିଥିବା ଦଳର ପତାକା ଲଗାଯାଇଛି। ତେବେ ଏହି ପ୍ରସଙ୍ଗରେ ବିବାଦ ବଢ଼ୁଥିବାର ଦେଖି ଅନ୍ୟ ଦେଶର ପତାକା ସହିତ ପାକିସ୍ତାନର ଷ୍ଟାଡିୟମରେ ଭାରତୀୟ ତ୍ରିରଙ୍ଗା ମଧ୍ୟ ଲଗାଯାଇଥିଲା ।

Advertisment

ଚମ୍ପିଆନ୍ସ ଟ୍ରଫି ସେମିରେ ଭାରତ, ବିଦା ହେଲା ପାକିସ୍ତାନ

ସୂଚନା ଅନୁସାରେ ଚମ୍ପିଆନ୍ସ ଟ୍ରଫିର ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ରହିଛି। ଉଭୟ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କରିବା ପରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିବାବେଳେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ଉଭୟ ପାକିସ୍ତାନ ଏବଂ ବାଂଲାଦେଶ ଚମ୍ପିଆନ୍ସ ଟ୍ରଫିରୁ ବିଦା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

Indian National Flag Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ