Advertisment

କ୍ରିକେଟକୁ ଆସିଲା ଇଲେକ୍ଟ୍ରା ଷ୍ଟମ୍ପସ୍, ଆଉଟ୍ ହେବା ମାତ୍ରେ ଜଳିବ ନିଆଁ

ଇଲେକ୍ଟ୍ରା ଷ୍ଟମ୍ପ୍ସ ଏବେ କ୍ରିକେଟ ଜଗତରେ ପରୀକ୍ଷଣ ଭାବରେ ବ୍ୟବହାର କରାଯାଉଛି। ଏହି ଇଲେକ୍ଟ୍ରା ଷ୍ଟମ୍ଫ୍ସରେ ଭିନ୍ନ ଭିନ୍ନ ରଙ୍ଗର ୫ଟି ରଙ୍ଗ ରହିଛି। ମ୍ୟାଚ୍ ସମୟରେ ଘଟୁଥିବା ବିଭିନ୍ନ ଫଳାଫଳ ପାଇଁ ଷ୍ଟମ୍ପରେ ବିଭିନ୍ନ ପ୍ରକାର ରଙ୍ଗର ଲାଇଟ ଜଳିବ।

author-image
Santosh Kumar Sahoo
Electra Stumps

Electra Stumps

କ୍ରିକେଟ୍ ଇତିହାସରେ ଆରମ୍ଭ ହେଲା ଇଲେକ୍ଟ୍ରା ଷ୍ଟମ୍ପସ୍ ଯୁଗ। ଅଷ୍ଟ୍ରେଲିଆରେ ଚାଲୁଥିବା ବିଗ୍‌ ବାସ୍‌ ଲିଗ୍‌ର ଚଳିତ ସିଜିନ୍‌ରେ ଏହି ଅତ୍ୟାଧୁନିକ ଇଲେକ୍ଟ୍ରା ଷ୍ଟମ୍ପସ୍‌ର ବ୍ୟବହାର ହୋଇଛି। BBLରେ ଏହି ଇଲେକ୍ଟ୍ରା ଷ୍ଟମ୍ପ୍ସକୁ ଦେଖି ବେଶ୍‌ ଖୁସି ଅଛନ୍ତି କ୍ରିକେଟ୍ ଫ୍ୟାନ୍। କାହିଁକି ନା ଏହା ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ବର୍ତ୍ତମାନ କେବଳ ଏଲଇଡି ଲାଇଟ୍ ଷ୍ଟମ୍ପ୍ସ ବ୍ୟବହାର କରାଯାଉଥିଲା।

Advertisment

ଏହି ଅତ୍ୟାଧୁନିକ ଇଲେକ୍ଟ୍ରା ଷ୍ଟମ୍ପର ବ୍ୟବହାର ପ୍ରଥମେ ମହିଳା ବିଗ୍ ବାସ୍‌ ଲିଗ୍‌ରେ ବ୍ୟବହାର ହୋଇଥିଲା। ଏହା ପରେ ଏବେ ପୁରୁଷ BBLରେ ଏହା ବ୍ୟବହାର କରାଯାଉଛି। BBLର ଚଳିତ ସିଜିନ୍‌ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ସିଡନୀ ସିକ୍ସର୍ସଙ୍କ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ଅତ୍ୟାଧୁନିକ ଷ୍ଟମ୍ପ୍ସର ବ୍ୟବହାର କରାଯାଇଥିଲା। ତେବେ ଏହି ଇଲେକ୍ଟ୍ରା ଷ୍ଟମ୍ପ୍ସକୁ ନେଇ ଅଷ୍ଟ୍ରେଲିଆ ଦଳର ପୂର୍ବତନ କ୍ରିକେଟର ମାର୍କ ୱ କହିଛନ୍ତି କି ଏହି ରଙ୍ଗୀନ୍ ଷ୍ଟମ୍ପସ୍ ଫ୍ୟାନ୍ସ ଓ କ୍ରିକେଟରଙ୍କ ପାଇଁ ଏକ ପ୍ରକାର ଖ୍ରୀଷ୍ଟମାସ୍‌ ଗିଫ୍ଟ ।

Advertisment

ଇଲେକ୍ଟ୍ରା ଷ୍ଟମ୍ପ୍ସ ଏବେ କ୍ରିକେଟ ଜଗତରେ ପରୀକ୍ଷଣ ଭାବରେ ବ୍ୟବହାର କରାଯାଉଛି। ଏହି ଇଲେକ୍ଟ୍ରା ଷ୍ଟମ୍ଫ୍ସରେ ଭିନ୍ନ ଭିନ୍ନ ରଙ୍ଗର ୫ଟି ରଙ୍ଗ ରହିଛି। ମ୍ୟାଚ୍ ସମୟରେ ଘଟୁଥିବା ବିଭିନ୍ନ ଫଳାଫଳ ପାଇଁ ଷ୍ଟମ୍ପରେ ବିଭିନ୍ନ ପ୍ରକାର ରଙ୍ଗର ଲାଇଟ ଜଳିବ। ଆଉଟ୍ ହେବା, ଚାରି, ଛକା, ନୋ ବଲ୍ ଓ ଓଭର ପରିବର୍ତ୍ତନର ସଙ୍କେତ ଏହି ଷ୍ଟମ୍ପ୍ସ ଦେବ।

ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ୟାଟ୍ସମ୍ୟାନ୍‌ ଆଉଟ ହୁଅନ୍ତି ତେବେ ଷ୍ଟମ୍ପସ୍‌ରେ ଲାଲ୍‌ ରଙ୍ଗର ଲାଇଟ୍‌ ଜଳିବ ସହ ନିଆଁ ଜଳିବ ଭଳି ଦୃଶ୍ୟମାନ ହେବ। ସେହିପରି ଯେତେବେଳେ ନୋ-ବଲ୍‌ ହେବ ସେତେବେଳେ ଲାଲ୍ ଓ ଧଳା ରଙ୍ଗର ଲାଇଟ୍ ଷ୍ଟମ୍ପ୍ସରେ ସ୍କ୍ରୋଲ୍‌ କରୁଥିବାର ଦେଖିବାକୁ ମିଳିବ। ଓଭର ଶେଷ ହେଲେ ଷ୍ଟମ୍ପରେ ନୀଳ ଓ ବାଇଗଣୀ ରଙ୍ଗରେ ସ୍କ୍ରୋଲ୍ ହେବ। ସେହିପରି ଚୌକା ଓ ଛକା ମାରିଲେ ଷ୍ଟମ୍ପ୍ସରେ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗର ଲାଇଟ୍ ଦେଖିବାକୁ ମିଳିବ।

Australia Big Bash League
Advertisment
Advertisment