/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697719123.jpg)
martial arts
ପେଶାରେ ସେ ଡ୍ରାଇଭର୍, ନିଶା କିନ୍ତୁ ମାର୍ଶଲ ଆର୍ଟ । ନାମ ଗୁରୁ ନାରାୟଣ ମୁଣ୍ତା । ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନାରେ ସେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ।
ନିକଟରେ ତାଇକୋଣ୍ତୋର ଫାଷ୍ଟ ଡନ୍ ବ୍ଲକ ଜିତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଗୁରୁଙ୍କର ଏହି ସଫଳତା ଆଜି ପୁରା ସୁନ୍ଦରଗଡ଼ ପାଇଁ ପ୍ରେରଣାର ଉତ୍ସ । ଗୁରୁ ପାଞ୍ଚ ବର୍ଷର ହୋଇଥିବା ବେଳେ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା ।
ପରେ ନିଜର କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ତାଇକୋଣ୍ତୋରେ ନାଁ କରି ପାରିଛନ୍ତି । ବର୍ତ୍ତମାନ ବ୍ଲାକ ବେଲ୍ଟ ପାଇ ସାରିଥିବା ଗୁରୁ, ମାଷ୍ଟର ମୁକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଅନେକ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି ।
ଦୃଢ଼ ମନୋବଳ ଓ ନିଜର ଅଧ୍ୟବସାୟ ସଫଳତାର ପାଦ ଚୁମେ । ଗୁରୁଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ନିଜର ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନିଜର ଦାୟିତ୍ବ ସାରିବା ପରେ ସେ ତାଇକୋଣ୍ତୋ ପାଇଁ ସମୟ ଦିଅନ୍ତି । ଭୋର ପାଞ୍ଚଟାରୁ ଉଠି ସେ ତାଇକୋଣ୍ତୋ ଅଭ୍ୟାସ କରନ୍ତି । ଆଗକୁ ଭଲ ଭାବେ ଅଭ୍ୟାସ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଗୁରୁଙ୍କ ମାଷ୍ଟର ମୁକେଶ କୁମାର ସାହୁ ।
ପେଶା ହେଉଛି ଗାଡ଼ି ଚଲାଇବା, ନିଶା କିନ୍ତୁ ମାର୍ଶଲ ଆର୍ଟ । ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଆଜି ଗୁରୁଙ୍କୁ ଏପରି ଜାଗାରେ ପହଞ୍ଚାଇ ପାରିଛି । ପୋଲିସ ବିଭାଗରେ ଗାଡ଼ି ଚଲାଇ ମଧ୍ୟ ଆଜି ସେ ଜଣେ ସଫଳ ତାଇକୋଣ୍ତୋ ଖେଳାଳି । ଆଗକୁ ସୁଯୋଗ ମିଳିଲେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଗୁରୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)