Advertisment

ଟିମ୍‌ ଇଣ୍ଡିଆକୁ ଡବଲ ଝଟକା; ପରାସ୍ତ ଓ ଜରିମାନା

ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Double shock for Team India

Double shock for Team India; lose and fined

ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା । ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍‌ ଫି କାଟ କରିଛି । ସେର-ବାଂଲା ନ୍ୟାସନାଲ ଷ୍ଟାଡିୟମ ମୀରପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ପରାଜୟ ସହ ଅଲୋଡା ରେକର୍ଡ କରିଛି ମେନ ଇନ ବ୍ଲୁ ।

Advertisment

ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ ରେଫ୍ରି ରଞ୍ଜନ ମଦୁଗଲେ ଏହି ଜରିମାନା କରିଛନ୍ତି । ଧାର୍ଯ୍ୟ ସମୟ ଠାରୁ ଭାରତୀୟ ଟିମ ୪ ଓଭର ବିଳମ୍ବରେ ବୋଲିଂ ଶେଷ କରିଥିଲା । ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ମ୍ୟାଚ ଫି କମ ହେବାର ପ୍ରାବଧାନ ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ଟିମ ଧୀମା ବୋଲିଂ କରିଥିଲେ ପ୍ରତି ଓଭର ପିଛା ୨୦ ପ୍ରତିଶତ ମ୍ୟାଚ ଫି କଟିବାର ନିୟମ ରହିଛି ।

ଅଧିକ ପଢ଼ନ୍ତୁ: କ୍ରିକେଟ୍‌ ପରେ ଏବେ ଟେନିସ୍‌ରେ ବି ଧୋନିଙ୍କ କ୍ରେଜ୍‌

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମର ଭୁଲକୁ ମାନିବା ସହ ଜରିମାନାକୁ ସ୍ବୀକାର କରିଛନ୍ତି । ଫଳରେ ଔପଚାରିକ ଶୁଣାଣିର ଆବଶ୍ୟକତା ନଥିବା ଜଣାପଡିଛି । ପଡିଆ ଅମ୍ପାୟାର ମାଇକେଲ ଗଫ ଓ ତନଭିର ଅହମ୍ମଦଙ୍କ ସହିତ ଥାର୍ଡ ଅମ୍ପାୟର ଓ ଫୋର୍ଥ ଅମ୍ପାୟର ଏଥିରେ ସହମତି ଜଣାଇଛନ୍ତି ।

Advertisment

ମ୍ୟାଚ କଥା କହିଲେ, ଧୀମା ପିଚରେ ୯ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ ଥିବା ଭାରତୀୟ ବ୍ୟାଟିଂ କ୍ରମ ନିରାଶ କରିଥିଲା । ୪.୨ ଓଭରରେ ମାତ୍ର ୧୮୬ ରନରେ ସୀମିତ ରହିଥିଲା ସଂପୂର୍ଣ୍ଣ ଟିମ । ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା କେଏଲ ରାହୁଲ ୭୦ ବଲରେ ୭୩ ରନର ଉପଯୋଗୀ ଇଂନିସ ଖେଳି ସମ୍ମାନ ବଞ୍ଚାଇଥିଲେ । ତେବେ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ ।

ଜବାବରେ ୧୮୬ ରନକୁ ଡିଫେଣ୍ଡ କରିବାକୁ ଥିବା ଭାରତୀୟ ଟିମକୁ ଇଂନିସର ପ୍ରଥମ ବଲରେ ୱିକେଟ ମିଳିଥିଲା । ଏକ ସମୟରେ ୧୨୮/୪ ଭଲ ସ୍ଥିତିରେ ଥିବା ବାଂଲାଦେଶ, ମାତ୍ର ୨୬ ବଲରେ ୧୩୬/୯ରେ ପହଞ୍ଚିବା ସହ ସଂଘର୍ଷ କରିଥିଲା । ଫଳରେ ମ୍ୟାଚର ରୋମାଞ୍ଚ ବଢିଯାଇଥିଲା । ମାତ୍ର ଶେଷ ଭାଗରେ ମେହେଦି ହସନ ଅପରାଜିତ ୩୮ ରନର ଇଂନିସ ଖେଳିବା ସହ ଶେଷ ୱିକେଟ ଯୋଡିରେ ମୁସ୍ତାଫିଜୁର ରେହମାନଙ୍କ ସହ ମିଶି ୪୧ ବଲରୁ ଅପରାଜିତ ମ୍ୟାଚ ବିଜୟୀ ୫୧ ରନର ଇଂନିସ ଖେଳି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ ।

ଫଳରେ ବିଜୟ ସହ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି । ବୁଧବାର ସିରିଜର ଦ୍ୱିତୀୟ ମ୍ୟାଚ ସମାନ ଭେନ୍ୟୁରେ ଖେଳାଯିବ ।

Team India Cricket
Advertisment
Advertisment