• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟ କୋହଲି ନିଜ ପ୍ରଶଂସକଙ୍କ ମଧ୍ୟରେ କିଙ୍ଗ ଭାବେ ପରିଚିତ । କ୍ରିକେଟର ବାଦଶାହା କହିଲେ ବିରାଟ କୋହଲିଙ୍କୁ ବୁଝାଏ । ସଚିନ କ୍ରିକେଟର ଭଗବାନ ହେଲେ ବିରାଟ ରାଜା । କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା, ପ୍ରଦର୍ଶନ ତାଙ୍କୁ ଆଜି ଏପରି ଆସନରେ ନେଇ ବସାଇଛି । ଆଉ କିଛିଦିନ ଗଲେ ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର ଘମାଘୋଟ ଲଢ଼େଇ ।

ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ଖେଳାଯିବ । ଏଥିପାଇଁ ଦଳ ସହ ଆସି ଯୋଗ ଦେଇଛନ୍ତି ବିରାଟ । ଗତକାଲି ଆରସିବିର ନୂଆ ଜର୍ସିର ଅନବକ୍ସିଂ ସମାରୋହ ଥିଲା । ଏଥିରେ ଦର୍ଶକଙ୍କ ସମେତ ଖେଳାଳି ଯୋଗ ଦେଇଥିଲେ । ଆଉ ଏପରି ସମୟରେ ବିରାଟଙ୍କୁ 'କିଙ୍ଗ' କହି ସମ୍ବୋଧିତ କରିଥିଲେ ଆଙ୍କର ।

ଏହା କିନ୍ତୁ ବିରାଟଙ୍କୁ ପସନ୍ଦ ଆସିନଥିଲା । ଅତ୍ୟନ୍ତ ଭଦ୍ରତାର ସହ ସେ କିଙ୍ଗ ନକହିବାକୁ ଫ୍ୟାନ୍ସମାନଙ୍କୁ ଅନୁରୋଧ କରିଥିଲେ । 'କିଙ୍ଗ' ଗୋଟେ ବିରାଟ ବଡ଼ ଶବ୍ଦ । ଏଥିପାଇଁ ସେ ଉପଯୁକ୍ତ ନୁହଁନ୍ତି ବୋଲି ଏହି ଅବସରରେ କହିଥିଲେ । ଜର୍ସି ଅନବକ୍ସିଂ ବେଳେ 'ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର'ର ନାମ ବଦଳି 'ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ' ହୋଇଥିଲା ।

ଏହି ସମୟରେ 'ଅକାୟ'ଙ୍କ ଜନ୍ମକୁ ନେଇ ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଶଂସକ । ପଡ଼ିଆକୁ ଫେରିବାର ଆନନ୍ଦ ସବୁବେଳେ ଅବର୍ଣ୍ଣନୀୟ ବୋଲି କୋହଲି କହିଥିଲେ । ଏହି ସମୟରେ କୋହଲି-କୋହଲି ଧ୍ୱନିରେ ପୂରା ଷ୍ଟାଡିୟମ କମ୍ପି ଉଠିଥିଲା । ପରିସ୍ଥିତି ଏପରି ହେଲା ଯେ, ନିଜର ମତ ରଖିବା ପାଇଁ ବିରାଟଙ୍କୁ ଜନତାଙ୍କ ସାମ୍ନାରେ ଅନୁରୋଧ କରିବାକୁ ପଡ଼ିଲା ।

ନିଜ ପ୍ରିୟ ଖେଳାଳିଙ୍କୁ ପାଖରେ ପାଇଁ ଲୋକଙ୍କ ଖୁସି ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଆସନ୍ତା ୨୨ ତାରିଖରେ ଚେନ୍ନାଇ ସ୍ଥିତ ଚେପକ ଷ୍ଟାଡିୟମରେ ଆଇପିଏଲ ୨୦୧୪ ର ପ୍ରଥମ ମ୍ୟାଚ ଖେଳାଯିବ । ଗତକାଲି ରାତିରେ ହିଁ ଦଳ ଚେନ୍ନାଇ ପହଞ୍ଚି ଯାଇଛି । ଅନବକ୍ସିଂ ଇଭେଣ୍ଟରେ କୋହଲି ନିଜକୁ 'କିଙ୍ଗ' ସମ୍ବୋଧନ ନକରିବାକୁ ଅନୁରୋଧ କରିଥିଲେ ।

ସେ କହିଥିଲେ, ସବୁବେଳେ କିଙ୍ଗ ଶୁଣିବାକୁ ଭଲ ଲାଗୁନାହିଁ । ଏନେଇ କିଛି ଦିନ ତଳେ ସେ ଅଧିନାୟକ ଫ୍ଲାଫ୍ ଡୁ ପ୍ଲେସୀଙ୍କୁ ମଧ୍ୟ କହିଥିଲେ । କିଙ୍ଗ ମୋ ପାଇଁ ଉପଯୁକ୍ତ ନୁହେଁ । ଏଣୁ କେବଳ 'ବିରାଟ' ଭାବେ ସମ୍ବୋଧନ କରିବାକୁ ସେ ଫ୍ୟାନ୍ସମାନଙ୍କୁ ଅନୁରୋଧ କରିଥିଲେ । ଏହି ସମୟରେ ପ୍ରଥମ ଥର ଟ୍ରଫି ଜିତିଥିବା ମହିଳା ଦଳକୁ ମଧ୍ୟ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ସମୟରେ ବିରାଟ କନ୍ନଡ଼ରେ ମଧ୍ୟ କହିଥିଲେ ।