• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ବିଶାଖାପାଟଣାରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ୱାର୍ଣ୍ଣର ଓ ପନ୍ତଙ୍କ ଅର୍ଧଶତକ ବଳରେ ଟିମ୍ ୨୦ ଓଭରରେ ୫ ୱିକେଟ ହରାଇ କରିଥିଲା ୧୯୧ ରନ୍ ।

୧୯୨ ରନ୍ ଟାର୍ଗେଟର ପିଛା କରି ଚେନ୍ନାଇ ଟିମ୍ ୨୦ ଓଭରରେ ୬ ୱିକେଟ ହରାଇ କରିଥିଲା ୧୭୧ ରନ୍ । ଏହି ମ୍ୟାଚରେ ଧୋନି ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଏହା ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଧୋନି ୧୬ଟି ବଲ୍ ରୁ ୪ଟି ଚୌକା ଓ ୩ଟି ଛକ୍କାରେ ୩୭ ରନ୍ କରିଥିଲେ । କିନ୍ତୁ ଦଳକୁ ଜିତାଇ ପାରିନଥିଲେ ।

ଅଧିକ ପଢ଼ନ୍ତୁ: ବଦଳିଗଲେଣି ଆଙ୍ଗ୍ରି ୟଙ୍ଗମ୍ୟାନ୍‌; କୋହଲି-ଗମ୍ଭୀରଙ୍କ ବିରଳ ଦୃଶ୍ୟ..ଭିଡିଓ ଭାଇରାଲ..

ଆଇପିଏଲରେ ଗତକାଲି ଖେଳା ଯାଇଥିବା ଆଉ ଏକ ମ୍ୟାଚରେ ଗୁଜରାଟ ଟିମ୍ ୭ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଅହମଦାବାଦରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୨୦ ଓଭରରେ ୮ ୱିକେଟ ହରାଇ କରିଥିଲା ୧୬୨ ରନ୍ । ୧୬୩ ରନ୍ ର ଟାର୍ଗେଟକୁ ଗୁଜରାଟ ଟିମ୍ ୧୯ ଓଭର ଗୋଟିଏ ବଲରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା ।

ଅନ୍ୟପଟେ ଆଜି ଆଇପିଏଲରେ ଗୋଟିଏ ମ୍ୟାଚ ଅଛି । ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ ମୁମ୍ବାଇ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା ।