Advertisment

ସାଇକେଲ ଚାଳିକା ସ୍ୱାସ୍ତୀ ସିଂହ ପାଇଲେ ଏକଲବ୍ୟ ପୁରସ୍କାର

ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

ଅଦ୍ୟତନ ହୋଇଛି
Cyclist Swasti Singh receives 30th Ekalabya Puraskar

Cyclist Swasti Singh receives 30th Ekalabya Puraskar

Advertisment

ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତୀ ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର। ଇମ୍ପାକ୍ଟ ପକ୍ଷରୁ ଭୁବନେଶ୍ୱର ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ୱାସ୍ତୀ ସିଂଙ୍କୁ ମାନପତ୍ର ଓ ଫଳକ ସହ ୫ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି। ଏଥିସହ ଉଦୀୟମାନ ଫୁଟବଲ୍ ତାରକା ପ୍ୟାରୀ ଖାଖା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

Advertisment

ଆଜିର ଏହି ଉତ୍ସବରେ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ପାକ୍ଟର ଟ୍ରଷ୍ଟି ତଥା ୨୦୨୨ ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ୍ ବୈଜୟନ୍ତ ପଣ୍ଡାଙ୍କ ସହ ପୁରସ୍କାର ଜୁରି କମିଟିର ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱାସ୍ତୀ ସିଂହ ପାଇଲେ ଏକଲବ୍ୟ ପୁରସ୍କାର

Advertisment

କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

Baijayant Panda Ekalabya Puraskar Cyclist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ