• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାନୁରୁ ନିର୍ଦ୍ଧାରିତ ଓଭରରେ ୧୭୩ ରନ କରିଥିଲା । ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦଳ ମାତ୍ର ୭୮ ରନରେ ପାଞ୍ଚଟି ୱିକେଟ ହରାଇଥିଲା ।

ଏହା ପରେ କିନ୍ତୁ ଯୁବ ଖେଳାଳି ଅନୁଜ ରାୱତ, ଦିନେଶ କାର୍ତ୍ତିକଙ୍କ ସହ ମିଶି ସମ୍ଭାଳି ନେଇଥିଲେ । ଅନୁଜ ରାୱତ ୨୫ ବଲରୁ ୪୮ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୬ ବଲରେ ୩୮ ରନ କରିଥିଲେ । ଫଳରେ ପଞ୍ଚମ ୱିକେଟ ପାଇଁ ବେଙ୍ଗାଲୁରୁ ୯୫ ରନ ଯୋଡ଼ି ୧୭୩ ର ଏକ ସମ୍ମାନଜନକ ସ୍କୋର କରି ପାରିଥିଲା ।

୧୭୪ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ମାତ୍ର ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଚେନ୍ନାଇ ପକ୍ଷରୁ ରାଚିନ ରବୀନ୍ଦ୍ର ସର୍ବାଧିକ ୩୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୨୭, ଡାରିଲ ମିଚେଲ ୨୨, ଋତୁରାଜ ଗାଏକୱାର୍ଡ ୧୫ ରନ କରିଥିଲେ ।

ତେବେ ବେଙ୍ଗାଲୁରୁ ହାରିଥିଲେ ମଧ୍ୟ ଏହି ମ୍ୟାଚ ସହ ବିରାଟ କୋହଲିଙ୍କ କୀର୍ତ୍ତି ଯୋଡ଼ି ହୋଇଯାଇଛି । ସେ ପ୍ରଥମ ଭାରତୀୟ ଭାବେ ସମସ୍ତ ଟି-ଟ୍ୱେଣ୍ଟି ଫର୍ମାଟରେ ୧୨ ହଜାର ରନ ପୂରଣ କରିଛନ୍ତି । ଚେନ୍ନାଇ ବିପକ୍ଷ ଏହି ମୁକାବିଲାରେ ସେ ୨୦ ବଲରୁ ୨୧ ରନ କରିଥିଲେ । ବର୍ତ୍ତମାନ ସୁଦ୍ଧା କୋହଲି ୩୭୭ ମ୍ୟାଚ ଖେଳି ୧୨୦୧୫ ରନ କରିଛନ୍ତି । ଏହା ମଧ୍ୟରେ ୮ ଟି ଶତକ ଓ ୯୧ ଟି ଅର୍ଦ୍ଧଶତକ ରହିଛି ।