Advertisment

Cricket At LA Olympics: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

୨୦୨୮ ଅଲିମ୍ପିକରେ କ୍ରିକେଟ T20 ଫର୍ମାଟରେ ଖେଳାଯିବ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ଦ୍ବାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ ।

ଅଦ୍ୟତନ ହୋଇଛି
Cricket  At LA Olympics

Cricket At LA Olympics

Advertisment

ଅଲିମ୍ପିକରେ କ୍ରିକେଟ । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟ ସାମିଲ ହେବ । ଯାହାର ସିଡ୍ୟୁଲ ସାମନାକୁ ଆସିଛି । ଅଲିମ୍ପିକରେ କ୍ରିକେଟ ମ୍ୟାଚ ପୋମୋନା ସହରର ଫେୟର ଗ୍ରାଉଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ । ପୋମୋନା ସହର ଲସ୍ ଆଞ୍ଜେଲସ ଠାରୁ ପାଖାପାଖି ୫୦କିଲୋମିଟର ଦୂରରେ ଅବସ୍ଥିତ । ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ । ମେଡାଲ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ ।

Advertisment

ମହିଳା ଓ ପୁରଷ ୨ଟି ବର୍ଗରେ ମୋଟ ୬-୬ ଟିମ ଭାଗ ନେବେ । ମୋଟ ୧୮୦ ଜଣ ଖେଳାଳି ଏହି ମହାକୁମ୍ଭରେ ଭାଗନେବେ । ଆୟୋଜକଙ୍କ ଦ୍ବାରା ଜାରି କାର୍ଯ୍ୟସୂଚୀ ଅନୁସାରେ ୧୪ ଓ ୨୧ ଜୁଲାଇରେ କୌଣସି ମ୍ୟାଚ ହେବନି । ପ୍ରାୟ ଗୋଟିଏ ଦିନରେ ୨ଟି ମ୍ୟାଚ ଖେଳାଯିବ ।

ଅଧିକ ପଢ଼ନ୍ତୁ: ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜରିମାନା କଟାଯାଇଛି, ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି

Advertisment

୨୦୨୮ ଅଲିମ୍ପିକରେ କ୍ରିକେଟ T20 ଫର୍ମାଟରେ ଖେଳାଯିବ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ଦ୍ବାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ ।ବିଶେଷକରି ଯେଉଁ ଦେଶଗୁଡ଼ିକରେ କ୍ରିକେଟ ଲୋକପ୍ରିୟ ନୁହେଁ ।

ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ ଜନପ୍ରିୟ ନୁହେଁ । କିନ୍ତୁ ୨୦୨୮ ଅଲିମ୍ପିକ ପରେ ମାହୋଲ କିଛି ଅଲଗା ହୋଇପାରେ। ଭାରତ ଭଳି କ୍ରିକେଟର କ୍ରେଜ ଥିବା ଦେଶ ଗୁଡିକ ପାଇଁ ଏହା ଏକ ବଡ଼ ସୁଯୋଗ । ଯେଉଁଠାରେ ଖେଳାଳି ମାନେ ଅଲିମ୍ପିକ ପଦକ ଜିତିବା ପାଇଁ ଆଗ୍ରହୀ ଅଛନ୍ତି ।

Advertisment

ଅଲିମ୍ପିକରେ କ୍ରିକେଟର ଇତିହାସ ଅତ୍ୟନ୍ତ ସୀମିତ ଏବଂ ରୋଚକ। ୧୯୦୦ ପ୍ୟାରିସ୍ ଅଲିମ୍ପିକରେ କ୍ରିକେଟ ମ୍ୟାଚ ଖେଳାଯାଇଥିଲା । ମାତ୍ର ଦୁଇଟି ଦଳ—ଗ୍ରେଟ୍ ବ୍ରିଟେନ୍ ଏବଂ ଫ୍ରାନ୍ସ—ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ତା’ପରେ କ୍ରିକେଟ ୧୨୮ ବର୍ଷ ଧରି ଅଲିମ୍ପିକରୁ ବାଦ ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ

Olympic Cricket 2028 Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ