Advertisment

Carlos Alcaraz French Open: ୨ ସେଟ ପଛରୁ ଆସି ଜିତିଲେ, ଅଲକାରାଜଙ୍କୁ ପଞ୍ଚମ ଗ୍ରାଣ୍ଡସ୍ଲାମ

ରୋଲାଣ୍ଡ ଗ୍ୟାରସ ଇତିହାସରେ ସବୁଠାରୁ ଲମ୍ବା ଫାଇନାଲ ଭାବେ ରେକର୍ଡ କରିଛି ଏହି ମ୍ୟାଚ। ପ୍ରଥମ ଦୁଇ ସେଟରେ ବିଶ୍ବ ମାନ୍ୟତାର ଏକ ନମ୍ବର ସିଡ ଜାନିକ ସିନ୍ନର ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ୬-୪ରେ ଜିତିଥିଲେ ସିନ୍ନର। ଦ୍ବିତୀୟ ସେଟରେ ଅଲକାରାଜ ସଂଘର୍ଷ କରିଥିବା ବେଳେ ମ୍ୟାଚ ଟାଇବ୍ରେକରରେ ଜିତି ନେଇଥିଲେ ସିନ୍ନର।

ଅଦ୍ୟତନ ହୋଇଛି
alcaraz

alcaraz

Advertisment

ରବିବାର ଅନୁଷ୍ଠିତ ଫ୍ରେଞ୍ଚ ଓପନ ଟେନିସ ଗ୍ରାଣ୍ଡସ୍ଲାମରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ସ୍ପେନର କାର୍ଲୋସ ଅଲକାରାଜ। ପ୍ରଥମ ଦୁଇ ସେଟରେ ପରାଜିତ ହୋଇଥିଲେ ମଧ୍ୟ ଚବରଦସ୍ତ କମବ୍ୟାକ କରିଥିଲେ ଅଲକାରାଜ। ଏପରିକି ଅନ୍ତିମ ଦୁଇ ସେଟକୁ ଟାଇବ୍ରେକରରେ ଜିତି ନିଜ କ୍ୟାରିୟରର ପଞ୍ଚମ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ବିଶ୍ବ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଇଟାଲୀର ଜାନିକ ସିନ୍ନରଙ୍କୁ ୬-୪, ୭-୬(୭/୪), ୪-୬, ୬-୭(୩/୭) ଓ ୬-୭(୨/୧୦)ରେ ପରାସ୍ତ କରିଥିଲେ ଅଲକାରାଜ। ୫ ସେଟର ଏହି ମାରାଥନ ମୁକାବିଲା ୫ ଘଣ୍ଟା ୨୯ ମିନିଟ ଧରି ଚାଲିଥିଲା।

Advertisment

ରୋଲାଣ୍ଡ ଗ୍ୟାରସ ଇତିହାସରେ ଏହା ସବୁଠାରୁ ଲମ୍ବା ଫାଇନାଲ ଭାବେ ରେକର୍ଡ କରିଛି ଏହି ମ୍ୟାଚ। ପ୍ରଥମ ଦୁଇ ସେଟରେ ବିଶ୍ବ ମାନ୍ୟତାର ଏକ ନମ୍ବର ସିଡ ଜାନିକ ସିନ୍ନର ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ୬-୪ରେ ଜିତିଥିଲେ ସିନ୍ନର। ଦ୍ବିତୀୟ ସେଟରେ ଅଲକାରାଜ ସଂଘର୍ଷ କରିଥିବା ବେଳେ ମ୍ୟାଚ ଟାଇବ୍ରେକରରେ ଜିତି ନେଇଥିଲେ ସିନ୍ନର।

ଅଧିକ ପଢ଼ନ୍ତୁ: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

Advertisment

ତେବେ ତୃତୀୟ ସେଟରୁ ଜବରଦସ୍ତ କମବ୍ୟାକ କରିଥିଲେ ଅଲକାରାଜ। ମେଜର ଫାଇନାଲ୍ସରେ ନିଜର ଶତପ୍ରତିଶତ ରେକର୍ଡ କାଏମ କରିବା ସହିତ ୬-୪ରେ ବିଜୟୀ ହୋଇଥିଲେ ଅଲକାରାଜ। ଚତୁର୍ଥ ସେଟରେ ଅଲକାରାଜ ପଛୁଆ ରହିଥିଲେ ମଧ୍ୟ ଦୁଇଟି ବ୍ରେକ ପଏଣ୍ଟ ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ପରେ ଟାଇବ୍ରେକରରେ ଅଲକାରାଜ ଏହାକୁ ଜିତି ନେଇଥିଲେ। ମ୍ୟାଚ ମାରାଥନ ପଞ୍ଚମ ସେଟକୁ ଯାଇଥିବା ବେଳେ ଅନ୍ତିମ ସେଟକୁ ମଧ୍ୟ ଟାଇବ୍ରେକରରେ ଜିତିଥିଲେ ଅଲକାରାଜ। ପ୍ରଥମ ଦୁଇ ସେଟରେ ପଛୁଆ ରହିବା ସହ ଟାଇଟଲ ଜିତିବାରେ ତୃତୀୟ ଖେଳାଳି ପାଲଟିଛନ୍ତି ଅଲକାରାଜ। ଓପନ ଏରାରେ ଗାଷ୍ଟନ ଗାଉଡିଓ ଓ ନୋଭାକ ଜୋକୋଭିଚ କେବଳ ପଛରୁ ଆସି ବିଜୟୀ ହୋଇଛନ୍ତି। ଏହା ଅଲକାରାଜଙ୍କ କ୍ୟାରିୟରର ଦ୍ବିତୀୟ ଫ୍ରେଞ୍ଚ ଓପନ ଟାଇଟଲ। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସେ ଏହି ଟାଇଟଲ ଜିତିଛନ୍ତି। ପୂର୍ବରୁ ୨୦୨୨ରେ ୟୁଏସ ଓପନ, ୨୦୨୩ ଓ ୨୪ରେ ୱିମ୍ବେଲଡନରେ ବିଜୟୀ ହୋଇଥିଲେ ଅଲକାରାଜ।

ପୂର୍ବରୁ ରବିବାର ଅନୁଷ୍ଠିତ ମହିଳା ଡବଲ୍ସ ଫାଇନାଲରେ ଜସ୍ମିନ ପାଓଲିନି ଓ ସାରା ଇରାନୀ ୬-୪, ୨-୬ ଓ ୬-୧ରେ ସର୍ବିଆର ଆଲେକସାଣ୍ଡ୍ରା କ୍ରୁନିକ ଓ କାଜାଖସ୍ତାନର ଆନ୍ନା ଡାନିଲିନାଙ୍କୁ ପରାସ୍ତ କରିଥିଲେ। ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ବିଜୟୀ ହୋଇଥିଲେ ଆମେରିକାର କୋକୋ ଗଫ। ୬-୭(୫/୭), ୬-୨,୬-୪ ସେଟରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ ଗଫ।

Advertisment

ଅଧିକ ପଢ଼ନ୍ତୁ: ଫ୍ରେଞ୍ଚ ଓପନ ମହିଳା ଡବଲ୍ସ, ବାଜି ମାରିଲେ ଜସ୍ମିନ-ସାରା

Tennis Grand Slam French Open
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ