Advertisment

କୋହଲିଙ୍କ ବିରାଟ ସମ୍ପତ୍ତି: ଟପିଲା ୧୦୫୦ କୋଟି

ଏବେ ଫ୍ୟାନ୍ସଙ୍କ କ୍ରେଜ୍‌ ନୁହେଁ, ବରଂ ବିରାଟ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ...

ଅଦ୍ୟତନ ହୋଇଛି
Virat Kohli Property

Virat Kohli

Advertisment

ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା ଭାରତୀୟ କ୍ରିକେଟର । ତାଙ୍କର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ତାଙ୍କର ବ୍ୟାଟିଂ ଅନ୍ଦାଜ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ବେଶ୍‌ ଭଲ ଲାଗିଥାଏ । କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । କ୍ରିକେଟ୍‌ ଫିଲ୍ଡରେ କୋହଲି ଯେତିକି ପପୁଲାର୍‌, ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ବି ସେ ସେତିକି ପପୁଲାର୍‌ । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିଛନ୍ତି। 

Advertisment

କିନ୍ତୁ ଏବେ ଫ୍ୟାନ୍ସଙ୍କ କ୍ରେଜ୍‌ ନୁହେଁ, ବିରାଟଙ୍କ ସମ୍ପତ୍ତିରେ ରେକର୍ଡ। 'ଷ୍ଟକ ଗ୍ରୋ'ର ରିପୋର୍ଟ ଅନୁସାରେ କୋହଲିଙ୍କ ସମ୍ପତ୍ତି ୧୦୫୦ କୋଟି ଟପିଛି, ଯାହା ବିଶ୍ୱର ଇଣ୍ଟରନ୍ୟାସନାଲ କ୍ରିକେଟର୍‌ମାନଙ୍କ ମଧ୍ୟରେ ଟପ୍‌ରେ ଅଛନ୍ତି। ୩୪ ବର୍ଷୀୟ ବିରାଟ ଭାରତୀୟ ଟିମ୍‌ର A+ ଚୁକ୍ତି ଆକାରରେ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି। ତାଙ୍କର ଟେଷ୍ଟ ମ୍ୟାଚ ଫି ୧୫ ଲକ୍ଷ, ଦିନିକିଆ ୬ ଲକ୍ଷ ଓ ଟି-ଟ୍ୱେଣ୍ଟିରେ ୩ ଲକ୍ଷ ମ୍ୟାଚ ଫି ରହିଛି।

ଅଧିକ ପଢ଼ନ୍ତୁ: କୋହଲିଙ୍କ ଖାଇବା ଫଟୋକୁ ନେଇ ଟ୍ରୋଲ୍ କରୁଥିଲେ, ଗୋଟିଏ ପୋଷ୍ଟରେ ସବୁ ସାବାଡ଼

Advertisment

ଆଇପିଏଲ୍ ଆରସିବିର ପୂର୍ବତନ କ୍ୟାପେଟ୍‌ନ ଭାବେ ସେ ବାର୍ଷିକ ୧୫ କୋଟି ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ଏହାସହ ସେ ଅନେକ ବ୍ରାଣ୍ଡ ଓ ଷ୍ଟାର୍ଟଅପ୍‌ ତଥା Blue Tribe, Universal Sportsbiz, MPL, and Sports Convoରେ ଟଙ୍କା ନିବେଶ କରିଛନ୍ତି।

Advertisment

ଏହାସହ କୋହଲି ୧୮ଟି ବ୍ରାଣ୍ଡରେ ଆମ୍ବାସଡର ରହିଛନ୍ତି, ଯାହା ବିଜ୍ଞାପନ ସୁଟିଂ ବାବଦକୁ ୭.୫୦ କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ଟଙ୍କା ନିଅନ୍ତି। ସେ ଏଥିରୁ ପାଖାପାଖି ୧୭୫ କୋଟି ଟଙ୍କା ରୋଜଗାର କରନ୍ତି। ତେବେ ସୋସିଆଲ ମିଡିଆ ତଥା ୮.୯ କୋଟି ଇନଷ୍ଟାଗ୍ରାମ୍‌ ଓ ଟ୍ୱିଟରରୁ ୨.୫ କୋଟି ଇନକମ୍‌ କରନ୍ତି।

ତାଙ୍କର ୨ ବିଳାସପୂର୍ଣ୍ଣ ଘର ରହିଛି। ମୁମ୍ବାଇର ଘରର ମୂଲ୍ୟ ୩୪ କୋଟିର ହୋଇଥିବାବେଳେ ଗୁରୁଗାଓଁରେ ଥିବା ଘରର ମୂଲ୍ୟ ୮୦ କୋଟି ରହିଛି। ବିରାଟଙ୍କ ୩୧ କୋଟିର ବିଭିନ୍ନ କାର୍‌ ରହିଛି।  ଏହାଛଡା କୋହଲିଙ୍କ ନିଜର FC Goa Football Club ରହିଛି।  

Cricket Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: