/odishatv-khabar/media/post_attachments/uploadimage/library/16_9/16_9_0/pujara_1756093657.jpg)
pujara
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଭେଟରାନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା। ନିଜ ଏକ୍ସ ହ୍ୟାଣ୍ଡଳରେ ସେ ଏନେଇ ଏକ ଆବେଗଭରା ପୋଷ୍ଟ କରି ଘୋଷଣା କରିଛନ୍ତି। ଭାରତୀୟ ଜର୍ଶି ପିନ୍ଧିବା, ଜାତୀୟ ସଙ୍ଗୀତ ଗାନ, ସବୁବେଳେ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟା କରିବା ଏସବୁକୁ ବର୍ଣ୍ଣନା କରିବା ଅସମ୍ଭବ। ସବୁ ଭଲ କାମର କେବେ ନା କେବେ ଅନ୍ତ ଘଟିଥାଏ। ଶେଷରେ ମୁଁ ଭାରତୀୟ କ୍ରିକଟେର ସମସ୍ତ ଫର୍ମାଟରୁ ଅବସର ନେଉଛି ବୋଲି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଳରେ ପୋଷ୍ଟ କରିଛନ୍ତି ପୂଜାରା।
ପୂଜାରା ୨୦୧୦ ମସିହାରେ ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।୩୭ ବର୍ଷର ପୂଜାରା ୧୦୩ଟି ଟେଷ୍ଟ ଖେଳିବା ସହିତ ୫ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସେ ୭ ହଜାର ୧୯୫ ରନ କରିଥିବା ବେଳେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତିନି ନମ୍ବର ସ୍ଥାନରେ ଆସି ଅନେକ ମ୍ୟାଚକୁ ବିଜୟୀ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସିଥିଲେ। ଶେଷଥର ପାଇଁ ୨୦୨୩ରେ ଓଭାଲ ଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲଡ ଟେଷ୍ଟ ଚମ୍ପିୟନଶିପ ଫାଇନାଲ ଖେଳିଥିଲେ।
Wearing the Indian jersey, singing the anthem, and trying my best each time I stepped on the field - it’s impossible to put into words what it truly meant. But as they say, all good things must come to an end, and with immense gratitude I have decided to retire from all forms of… pic.twitter.com/p8yOd5tFyT
— Cheteshwar Pujara (@cheteshwar1) August 24, 2025
ପୂଜାରାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ୨୭୮ ମ୍ୟାଚ୍ ରେ ମୋଟ ୨୧୩୦୧ ରନ୍ କରିଛନ୍ତି, ଯେଉଁଥିରେ ୬୬ ଶତକ ଏବଂ ୮୧ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ତାଙ୍କର ସର୍ବୋତ୍ତମ ସ୍କୋର ୩୫୨ । ତାଙ୍କୁ ଲିଷ୍ଟ ଏ କ୍ରିକେଟରେ ୧୩୦ ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିଛି ଏବଂ ଏହି ଫର୍ମାଟରେ, ସେ ଘରୋଇ କ୍ରିକେଟରେ ୫୭୫୯ ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ ରୁ ୧୬ ଶତକ ଏବଂ ୩୪ ଅର୍ଦ୍ଧଶତକ ଆସିଛି । ସେ କିଛି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି, କିନ୍ତୁ ତାଙ୍କୁ ଭାରତ ପାଇଁ କେବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)