Advertisment

ଶେଷ ଦୁଇ ବଲ୍‌ରେ ବଦଳିଗଲା ମ୍ୟାଚ୍‌, ଚେନ୍ନାଇ ସୁପର କିଙ୍ଗ୍ସ IPL ଚାମ୍ପିଅନ୍‌

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା ଗୁଜରାଟ ଟାଇଟନ୍ସ।

ଅଦ୍ୟତନ ହୋଇଛି
IPL 2023 Winner

ଚେନ୍ନାଇ ବିଜୟୀ

Advertisment

ପଞ୍ଚମ ଥର ପାଇଁ ଆଇପିଏଲ୍‌ ତାଜ୍‌ ପିନ୍ଧିଲା ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ । ଶେଷ ବଲ୍‌ରେ ଜିତିଲା ଚେନ୍ନାଇ। ୧୫ ଓଭରରେ ଜିତିବାକୁ ୧୭୧ ରନ୍‌ର ଆବଶ୍ୟକ ପଡୁଥିବା ବେଳେ ଏହାକୁ ହାସଲ କରିବାକୁ ସକ୍ଷମ ହୋଇଥିଲା ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌। ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା। ଫଳରେ ଚାମ୍ପିଅନ ହେବାକୁ ଚେନ୍ନାଇ ୨୧୫ ରନର ଟାର୍ଗେଟ ମିଳିଥିଲା। 

Advertisment

ହେଲେ ଦ୍ୱିତୀୟ ଇଂନିସ୍‌ ଆରମ୍ଭରୁ ହିଁ ବାଧକ ସାଜିଥିଲା ବର୍ଷା। ଚେନ୍ନାଇ ବ୍ୟାଟିଂ କରିବାର ମାତ୍ର ୪ ରନ୍‌ ପରେ ବର୍ଷା କାରଣରୁ ସାମୟିକ ସ୍ଥଗିତ ରହିଥିଲା। ଏହାପରେ ଡର୍କୱର୍ଥ ଲୁଇସ୍‌ ଦ୍ୱାରା  ୫ ଓଭର୍‌ ସହ ରନ୍‌ କମାଇ ଦିଆଯାଇଥିଲା। ଫଳରେ ୧୫ ଓଭରରେ ଜିତିବା ପାଇଁ ରନ୍‌ ଆବଶ୍ୟକ ପଡୁଥିଲା ୧୭୧ ରନ୍‌। ଖେଳ ଆରମ୍ଭରୁ ଗାଇକ୍ୱାଡ୍‌ ଓ କନୱେଙ୍କ ଯୋଡ଼ି ଚେନ୍ନାଇକୁ ଭଲ ମାଇଲେଡ୍‌ ଦେଇଥିଲା। ହେଲେ ୭୪ ରନ୍‌ର ପାର୍ଟନରସିପ୍‌ ପରେ ଆଗପଛ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। 

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି

ଦଳ ରନ୍‌ ଆବଶ୍ୟକ କରୁଥିବା ବେଳେ ଦମ୍‌ଦାର ସଟ୍‌ ମାରିଥିଲେ ଅମ୍ବାତି ରାୟଡୁ। ୮ଟା ବଲ୍‌ ୧୯ ରନ୍‌ କରି ସେ ଆଉଟ୍‌ ହୋଇଥିଲେ। ହେଲେ ଦୁଃଖର ବିଷୟ ଧୋନୀ ପ୍ରଥମ ବଲ୍‌ରେ ହିଁ ଆଉଟ୍‌ ହୋଇଥିଲେ। ଜାଡେଡା ଓ ଦୁବେଙ୍କ ଯୋଡ଼ି ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଶେଷ ଦୁଇ ବଲ୍‌ରେ ନିର୍ଣ୍ଣାୟକ ମୋଡ଼ ଥିଲା। ଟିମ୍‌ ୧୦ ରନ୍‌ ଆବଶ୍ୟକ ପଡୁଥିବା ବେଳେ ଜାଡେଜା ଶେଷ ଦୁଇ ବଲ୍‌ରେ ଛକା ଓ ଚାରି ମାରି ଚେନ୍ନାଇକୁ ଜିତାଇଥିଲେ। ଚେନ୍ନାଇ ପୂର୍ବରୁ ୪ଥର ଆଇପିଏଲ ଟ୍ରଫି ଜିତି ସାରିଥିବା ବେଳେ ଗୁଜରାଟ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। 

Advertisment

ଆଜିର ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଗୁଜରାଟର ଦୁଇ ଓପର ରିଦ୍ଧିମାନ ସାହା ଓ ଇନଫର୍ମ ଶୁବମନ ଗିଲ୍‌ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ଏପରି କି ତୁଷାର ଦେଶପାଣ୍ଡେଙ୍କ ବଲରେ ଗିଲ୍‌ ଚେନ୍ନାଇକୁ ଗୋଟିଏ ସୁଯୋଗ ମଧ୍ୟ ଦେଇଥିଲେ। ହେଲେ ଏହାକୁ ଦୀପକ ଚହର କ୍ୟାଚ୍‌ କରି ପାରି ନଥିଲେ।

ଏହି ସମୟରେ ଗିଲ୍‌ ମାତ୍ର ୩ ରନ କରିଥିଲେ। କ୍ୟାଚ୍‌ ମିସ୍‌ ହେବା ମାତ୍ରେ ଗିଲ୍‌ ତାଙ୍କ ଜଲୱା ଦେଖାଇ ଚୌକା ବର୍ଷା କରିଥିଲେ। ତେବେ ସେ ୨୦ ବଲରେ ୩୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ପ୍ରଥମ ୱିକେଟ ୬୭ ରନରେ ହରାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ ହେଲା ପରେ ବି ଚାହର୍‌ଙ୍କ ଉପରେ ରାଗିଗଲେ ଧୋନି, କାହିଁକି ?

ଗିଲ୍‌ଙ୍କ ସ୍ଥାନରେ ଆସିଥିବା ସାଇ ସୂଦର୍ଶନଙ୍କୁ ସାଥୀ କରି ସାହା ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୩୧ ଥିବା ବେଳେ ସେ ୩୯ ବଲରେ ୫୪ ରନ କରି ଦୀପକ ଚହରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ହେଲେ ସେତେବେଳକୁ ସୂଦର୍ଶନ କ୍ରିଜ୍‌ରେ ଜମି ସାରିଥିଲେ। ଗୁଜରାଟ ପକ୍ଷରୁ ୨୧ ବର୍ଷୀୟ ସାଇ ସୂଦର୍ଶନ ବିସ୍ଫୋରକ ୪୭ ବଲରେ ୯୬ ରନର ଇନିଂସ ଖେଳିଛନ୍ତି।

ରବିବାର ଆଇପିଏଲର ଫାଇନାଲ ମ୍ୟାଚ୍‌ ଖେଳା ଯିବାର ଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ ସମ୍ଭବ ହୋଇ ପାରି ନଥିଲେ। ତେଣୁ ସୋମବାର ସଂରକ୍ଷିତ ଦିବସରେ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ୍‌ ଖେଳିବେ ମାହି

CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ