Advertisment

ICC Champions Trophy 2025: ପାକିସ୍ତାନ ହାତରୁ ଖସି ଯାଇପାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ, ଫ୍ରେବୃୟାରୀ ୧୨ରେ ଚୂଡାନ୍ତ ନିଷ୍ପତ୍ତି

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମରୁ ଭାରତ ଖେଳିବାକୁ ଯିବା ପାଇଁ ମନା କରିବା ପରେ ଟୁର୍ନାମେଣ୍ଟ ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ ରାଜି ହେବା ପରଠାରୁ ଏହି ଆଶଙ୍କା ଦୂର ହୋଇଥିଲା। ତେବେ ଆଉଥରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ଦେଖା ଦେଇଛି।

ଅଦ୍ୟତନ ହୋଇଛି
ICC Champions Trophy 2025

champions trophy

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମରୁ ଟିମ ଇଣ୍ଡିଆ ଖେଳିବାକୁ ଯିବା ପାଇଁ ମନା କରିବା ପରେ ଟୁର୍ନାମେଣ୍ଟ ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ ରାଜି ହେବା ପରଠାରୁ ଏହି ଆଶଙ୍କା ଦୂର ହୋଇଥିଲା। ତେବେ ଆଉଥରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ଦେଖା ଦେଇଛି।

Advertisment

ପାକିସ୍ତାନର ୩ ଭେନ୍ୟୁରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦ୍ଦାଫି ଷ୍ଟାଡିୟମ ଓ କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତର ସମସ୍ତ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ ଦଳକୁ ସରକାରଙ୍କ ପକ୍ଷରୁ କ୍ଲିଅରାନ୍ସ ନ ମିଳିବାରୁ ଏହା ପାକିସ୍ତାନ ଯାଇ ନଥିଲା। ଫଳରେ ଏହା ହାଇବ୍ରିଡ ମଡେଲରେ ଦୁବାଇରେ ସମସ୍ତ ମ୍ୟାଚ ଖେଳିବ।

ପାକିସ୍ତାନରେ ଖେଳାଯିବାକୁ ଥିବା ୩ ଭେନ୍ୟୁରେ ନବୀକରଣ କାର୍ଯ୍ୟ ଜାରି ରହିଥିଲା। ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇଥିବା ଏହି କାମ ଡିସେମ୍ବର ୩୧ ଶେଷ ହେବାର ଟାର୍ଗେଟ ରଖା ଯାଇଥିଲା। ତେବେ ନିର୍ଦ୍ଧରିତ ସମୟରେ ନବୀକରଣ କାମ ଶେଷ ହୋଇ ନଥିବା କାରଣରୁ ପାକିସ୍ତାନକୁ ଆୟୋଜନରୁ ହଟାଇବାର ସମ୍ଭାବନା ରହିଛି। ଆଇସିସିର ଏକ ପରିଦର୍ଶନ କମିଟି ପାକିସ୍ତାନ ଗସ୍ତ କରି ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବ।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ଫେବୃୟାରୀ ୧୨ ତାରିଖରେ ଷ୍ଟାଡିୟମ ହସ୍ତାନ୍ତର କରାଯିବାର ଅନ୍ତିମ ତାରିଖ ରହିଛି। ତେବେ ଟୁର୍ନାମେଣ୍ଟ ଦେଶ ବାହାରକୁ ଯିବା ନେଇ ଆସିଥିବା ରିପୋର୍ଟକୁ ଖାରଜ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ନିର୍ଦ୍ଧାରିତ ସମୟରେ ଷ୍ଟାଡିୟମର କାମ ଶେଷ ହୋଇ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ପାକିସ୍ତାନ ନିକଟରେ ମୁଲତାନରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜକୁ ଲାହୋର ଓ କରାଚୀକୁ ସ୍ଥାନାନ୍ତର କରିଥିଲା। ଯାହା ଷ୍ଟାଡିୟମ ପ୍ରସ୍ତୁତ ନ ଥିବା ଆଡକୁ ଇଙ୍ଗିତ କରୁଛି। ଉଲ୍ଲେଖଯୋଗ୍ୟ ଯେ, ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି।

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତକୁ ମନାଇବା ପାଇଁ ପାକିସ୍ତାନ ଯଥାସମ୍ଭବ ଚେଷ୍ଟା କରିଥିଲା । କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ଏହା ମଧ୍ୟ ପ୍ରସ୍ତାବ ଦେଇଥିଲା କି ଭାରତ, ପାକିସ୍ତାନରେ ମ୍ୟାଚ୍‌ ଖେଳିବା ପରେ ଭାରତ ଫେରିଆସିବ । କିନ୍ତୁ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇ ସମସ୍ତ ପ୍ରସ୍ତାବକୁ ଏଡାଇ ଦେଇଥିଲା। ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା କାରଣରୁ ପିସିବିକୁ ଏକ ବଡ଼ ଝଟକା ଲାଗିଥିଲା।

Advertisment

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

PCB BCCI ICC Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ