U-17 Womens's Fifa World Cup
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍ ଟିମ୍ । ଗତକାଲି ବ୍ରାଜିଲ୍ ଟିମ୍ ଆସି ପହଞ୍ଚିଥିବା ବେଳେ ଆଜି ଆସିବ ମରୋକୋ ଟିମ୍ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ଅଣ୍ଡର ସେଭେନ୍ଟିନ୍ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସମସ୍ତ ମ୍ୟାଚ୍ ଖେଳାଯିବ । ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ଅଭିଯାନ ଆରମ୍ଭ କରିବ ବ୍ରାଜିଲ୍ ଟିମ୍ ।
ଏପଟେ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ ୨୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲ୍କୁ ଭେଟିବ ଟିମ୍ ଇଣ୍ଡିଆ ।
ମ୍ୟାଚଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ । ଗୋଆରେ ଉଭୟ ସେମିଫାଇନାଲ୍ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)