Advertisment

ଋଦ୍ଧିମାନଙ୍କୁ ଧମକ ଦେଇ ୨ ବର୍ଷ ବାସନ୍ଦ ହେବେ ବୋରିଆ !

ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Wriddhiman Saha and Boria Majumdar

Wriddhiman Saha and Boria Majumdar

ମହଙ୍ଗା ପଡ଼ିପାରେ ପୂର୍ବତନ କ୍ରିକେଟରଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେବା। ଋଦ୍ଧିମାନଙ୍କୁ ଧମକ ଦେଇ ଅଡୁଆରେ ବୋରିଆ। ପୂର୍ବତନ ଭାରତୀୟ କ୍ରିକେଟର ଋଦ୍ଧିମାନ ଶାହାଙ୍କୁ ହ୍ୱାଟ୍ସଆପ୍‌ ବାର୍ତ୍ତା ଜରିଆରେ ତାତ୍ସଲ୍ୟ ଓ ଧମକ ଦେବା ମାମଲାରେ ଜଣାଶୁଣା କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ସେ ୨ ବର୍ଷ ପାଇଁ ବାସନ୍ଦ ହୋଇପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି।

Advertisment

ବୋରିଆ ତାଙ୍କୁ କଟାକ୍ଷ କରିବା ସହ ଧମକ ଦେଇଥିବା ନେଇ ଋଦ୍ଧିମାନ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ ବିସିସିଆଇ ଏକ ୩ ଜଣିଆ କମିଟି ଗଠନ କରିଥିଲା। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ଆପେକ୍ସ କାଉନସିଲ ସଦସ୍ୟ ପ୍ରଭତେଜ ଭାଟିଆ ଏହି କମିଟିରେ ଥିଲେ। 

ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।  ହ୍ୱାଟ୍ସଆପ୍‌ ବାର୍ତ୍ତା ଦ୍ୱାରା ଚିଡାଇବାର ଚାଟିଂର ସ୍କ୍ରିନସଟ୍‌ ମଧ୍ୟ ପକାଇଥିଲେ।  ଏଥିରେ ଉଲ୍ଲେଖ ଥିଲା ଯେ ତୁମେ ଫୋନ୍ କରିଲ ନାହିଁ। କେବେ ବି ତୁମ ସାକ୍ଷାତକାର ନେବିନାହିଁ। ଅପମାନଙ୍କୁ ସହଜରେ ନିଏନାହିଁ। ଏହାକୁ ସର୍ବଦା ମନେରଖିବି। 

Advertisment

ତେବେ ତଦନ୍ତ କମିଟି ବୋରିଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ବୋରିଆ ମଜୁମଦାର ୨ ବର୍ଷ ବାସନ୍ଦ ହେବେ। କେବଳ ସେତିକି ନୁହେଁ, କୌଣସି ରାଜ୍ୟ କ୍ରିକେଟ୍ ସଂଘ ବୋରିଆଙ୍କୁ ଷ୍ଟାଡିଅମରେ ପ୍ରବେଶ ଅନୁମତି ନଦେବାକୁ କୁହାଯିବ। ସେହିପରି ଭାରତରେ ହେବାକୁ ଥିବା ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ମିଡିଆ ପ୍ରତିନିଧି ଭାବେ ରେଜିଷ୍ଟ୍ରେସନ ନକରିବାକୁ କୁହାଯିବ। ତାଙ୍କୁ କଳାତାଲିକାଭୁକ୍ତ କରିବାକୁ ବିସିସିଆଇ ଆଇସିସିକୁ ଚିଠି ଲେଖିଛି। 

BCCI Wriddhiman Saha
Advertisment
Advertisment