Advertisment

ବିଶ୍ୱକପ୍ ହକିକୁ ନେଇ ଝୁମୁଛି କଟକ, ସଜେଇ ହୋଇଛି ଭୁବନେଶ୍ୱର

ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ।

ଅଦ୍ୟତନ ହୋଇଛି
Bhubaneswar Decorated For Hockey World Cup 2023

Bhubaneswar has been decorated for the hockey world cup

Advertisment

ବିଶ୍ୱକପ୍ ହକିକୁ ନେଇ ସେଲିବ୍ରେସନ୍ ମୁଡ୍‌ରେ ଏବେ ସାରା ରାଜ୍ୟ। ଗ୍ରାଣ୍ଡ ପ୍ରୋଗାମ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଛି ରିହରସଲ୍। ଚାଲିଛି ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ପ୍ରାକଟିସ୍। ନୂଆ ପୁରୁଣା ଧୁନ୍‌ରେ କମ୍ପିବ ବାରବାଟୀ।

Advertisment

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ମ୍ୟୁଜିକ୍ ଡିରେକ୍ଟର୍ ପ୍ରୀତମ୍, ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ୍‌ ସ୍ୱାନ୍ ଗ୍ରୁପ୍ ହେବେ ମୁଖ୍ୟ ଆକର୍ଷଣ। ଏଥିପାଇଁ ୪୦ ହଜାରରୁ ଅଧିକ ଦର୍ଶକଙ୍କ ହେବ ସମାଗମ।

ଏନେଇ ଆସନ୍ତାକାଲି ଅପରାହ୍ନ ଗୋଟାଏ ପରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଅଧିକରୁ ଅଧିକ ଲୋକେ କଟକରେ ଯେପରି ଏହାର ମଜା ଉଠାଇ ପାରିବେ ସେଥିପାଇଁ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ୧୬ଟି ସ୍ଥାନରେ ହୋଇଛି ଫ୍ୟାନ୍ ପାର୍କ। ତା’ସହ କଟକର ବିଭିନ୍ନ ୱାର୍ଡରେ ବି ଲାଗିବ ଏଲ୍ଇଡି।

Advertisment

ଆସନ୍ତାକାଲି ବାରବାଟୀର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବେ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛ॥ ୨୦୦ ଅଫିସର୍ ସହ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ।

ରିଙ୍ଗ୍‌ ରୋଡ୍‌ଠାରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା। ଖାଲି କଟକ ନୁହେଁ ରାଜଧାନୀ ଭୁବନେଶ୍ୱର ରେ ବି ଭିଡ଼ ହେବ। ଖେଳାଳି ଓ ଅତିଥି ଥିବାରୁ ଅଧିକ ଯତ୍ନବାନ ହୋଇଛି କମିଶନରେଟ୍ ପୋଲିସ୍। ଭୁବନେଶ୍ୱରର ୧୪୭ଟି ସ୍ଥାନରେ ଲାଗିଛି ସିସିଟିଭି। ପ୍ରତିଟି ଘଟଣାକୁ ମନିଟରିଂ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।

Advertisment

ଅଧିକ ପଢ଼ନ୍ତୁ:୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବ ସେଦିନ ଏଠିକୁ ଯେକୌଣସି ଲୋକ ଯାଇପାରିବେ। ଭୁବନେଶ୍ୱର ଭଳି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ ଓ ପୁରୀ ବେଳାଭୂମିରେ ବି ହୋଇଛି ଆୟୋଜନ। ତେବେ ରାଉରକେଲା ଓ ପୁରୀରେ ୧୩ ତାରିଖରୁ ଖୋଲିବ ଓଲି ଲ୍ୟାଣ୍ଡ୍।

ଆସନ୍ତାକାଲିଠୁ ସେଲିବ୍ରେସନ୍ ଆରମ୍ଭ ହେଉଥିବା ବେଳେ ୧୩ ତାରିଖରୁ ପଡିଆରେ ହେବ ଅସଲ ମୁକାବିଲା। ସେହିଦିନ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ସ୍ପେନ୍‌କୁ ଟକ୍କର ଦେବ ଟିମ୍ ଇଣ୍ଡିଅ।

(କଟକରୁ ଦେବାଶିଷ ମହାନ୍ତି, ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Hockey World Cup 2023 Hockey India Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ