• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଷ୍ଟାଡିୟମ ଭିତରକୁ ପ୍ରବେଶ ନିଷେଧ । କାରଣ ସଂପ୍ରସାରଣ ସହ ମରାମତି କାର୍ଯ୍ୟ ଚାଲୁଛି । ଏଭଳି ବ୍ୟାନର୍ ବର୍ଷ ବର୍ଷ ଧରି ଝୁଲିରହିଛି ଷ୍ଟାଡିୟମ ବାହାରେ । ହେଲେ ଷ୍ଟାଡିୟମର କାମ ସରୁନି । ଫଳରେ କ୍ରୀଡାବିତମାନେ ଷ୍ଟାଡିୟମକୁ ବ୍ୟବହାର କରିପାରୁନାହାନ୍ତି । ନିର୍ମାଣ ନାଁରେ ବର୍ଷ ବର୍ଷ ଧରି ବନ୍ଦ ପଡିଛି ଦକ୍ଷିଣ ଓଡିଶା ର ସର୍ବବୃହତ୍ତ ବ୍ରହ୍ମପୁର ଷ୍ଟାଡିୟମ । ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।

ଏଭଳି କ୍ଷେତ୍ରରେ କ୍ରୀଡାକୁ ଅଧତ୍କ ଗୁରୁତ୍ୱ ଦେବା ପରିବର୍ତ୍ତେ ବ୍ରହ୍ମପୁର ଷ୍ଟାଡିୟମର ସ୍ଥିତି ସଙ୍ଗୀନ୍ । ଏହା ଭିତରକୁ ଖେଳାଳିକୁ ଛଡାଯାଉନାହିଁ । ଦୀର୍ଘ ବର୍ଷ ଧରି ନିର୍ମାଣ ନାଁରେ କାହିଁକି ବନ୍ଦ ରଖାଯାଇଛି ବୋଲି ଏବେ ପ୍ରଶ୍ନ ଉଠିଛି । ଏପରିକି ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା କାହିଁକି ଏହି କାର୍ଯ୍ୟକୁ ଶୀଘ୍ର ସମାପ୍ତ କରୁନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । କେବଳ ଯେ, ଖେଳ ନୁହେଁ ସକାଳେ ଓ ସନ୍ଧ୍ୟାରେ ସହରର ବହୁ ବରିଷ୍ଠ ନାଗରିକଙ୍କ ସହ ସହରବାସୀ ଏହି ପଡିଆକୁ ଭ୍ରମଣ ପାଇଁ ଆସିଥାନ୍ତି । ଏବେ ତାକୁ ବି ବାରଣ କରାଯାଇଛି ।

୩୦ ବର୍ଷ ତଳେ ଏହି ଷ୍ଟାଡିୟମ ନିର୍ମାଣ ହୋଇଛି । ହେଲେ ଏବେ ନିର୍ମାଣ କାର୍ଯ୍ୟ ପାଇଁ ଖେଳାଳି ଏହାକୁ ଠିକ୍ ଭାବେ ଉପଯୋଗ କରିପାରୁନଥିବା ଅଭିଯୋଗ ହୋଇଛି । ତେବେ ଯେଉଁ ଠିକାଦାର ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ନେଇଛନ୍ତି, ସେ ଜୟପୁର, ପୁରୀ ସହରର ବି ଷ୍ଟାଡିୟମ କାମ କରୁଥିବା କହିଛନ୍ତି ବ୍ରହ୍ମପୁର କମିଶନର । ଏଣୁ ତୁରନ୍ତ କାମ ଶେଷ କରିବାକୁ ଜଣାଇ ଦେବେ ବୋଲି କହିଛନ୍ତି କମିଶନର ।