Advertisment

Countdown Begins for Barabati Battle: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ

ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର 4 ଦିନ । ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି। ହେଲେ ବଡ଼ କଥା ହେଉଛି ଏଥର ପ୍ରଥମଥର ପାଇଁ ଷ୍ଟାଡିୟମରେ ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରିଛି ଓସିଏ।

undefined

Countdown Begins for Barabati Battle

Advertisment

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ୍ ଏବଂ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ଟିକେଟ୍ ବିକ୍ରି ସରିବା ପରେ ସାଧାରଣଦର୍ଶକଙ୍କ ପାଇଁ କାଲିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ଏଥର ପ୍ରଥମ ଥର ରାଜ୍ୟର ସ୍ବନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ଲିଜେଣ୍ଡ୍ରି ଲାଉଞ୍ଜର ବ୍ୟବସ୍ଥା କରିଛି ଓସିଏ।

Advertisment

ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍ । ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର 4 ଦିନ । ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି। ହେଲେ ବଡ଼ କଥା ହେଉଛି ଏଥର ପ୍ରଥମଥର ପାଇଁ ଷ୍ଟାଡିୟମରେ ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରିଛି ଓସିଏ। ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଗୌରବାନ୍ବିତ କରିଥିବା ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିବା ସହ ମ୍ୟାଚ୍ ଉପଭୋଗ କରିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାଭେଲିୟନର ବ୍ୟବସ୍ଥା କରାଯାଇଛି। ପଦ୍ମ ବିଜେତା ହଳଧର ନାଗ, ଜିତେନ୍ଦ୍ରୀୟ ହରିପାଲ, ପ୍ରତିଭା ଶତପଥୀ, ସୁଦର୍ଶନ ପଟ୍ଟନାୟକ, ଅରୁଣା ମହାନ୍ତି, ସୁଦର୍ଶନ ସାହୁଙ୍କ ଭଳି ୩୦ ଜଣଙ୍କୁ ଲିଜେଣ୍ଡାରି ବକ୍ସରେ ବସି ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଛି ଓସିଏ।

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

Advertisment

ଏପଟେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମ୍ୟାଚ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଥର 5ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେଉଁଠି ପ୍ରାୟ 25 ହଜାର ଗାଡ଼ି ରହି ପାରିବ। ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟର ମାନ ଠିକ୍ ରହିବା ସହ ଯେମିତି ସଠିକ୍ ମୂଲ୍ୟରେ ବିକ୍ରି ହେବ ତାର ତଦାରଖ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 5 ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ତଳ ଓ ଉପର ବାଲିଯାତ୍ରା ପଡିଆରେ 3ଟି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ, ପ୍ରଥମେ ଅନଲାଇନ୍ ଓ ପରେ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ଟିକେଟ୍ ବିକ୍ରି ପରେ ଆସନ୍ତାକାଲିଠୁ କାଉଣ୍ଟରରେ ହେବ ଟିକେଟ୍ ବିକ୍ରି। ଏହା ଦୁଇ ଦିନ ଯାଏଁ ଚାଲିବ। ସେଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସକାଳ 9ଟାରୁ କାଉଣ୍ଟର ଖୋଲିବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ୍ 17 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ବାରବାଟୀ ଦିବାରାତ୍ର ଦିନିକିଆ ମ୍ୟାଚ୍ ପାଇଁ ଦିନ ଯେତିକି ପାଖୋଉଛି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସେତିକି ବଢ଼ିବାରେ ଲାଗିଛି ଉତ୍କଣ୍ଠା।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

ODI Barabati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ