• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ଘରୋଇ ଦଳକୁ ୨ ଓ୍ୱିକେଟରେ ପରାସ୍ତ କରିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ ହରାଇ ୩୧୧ ରନ କରିଥିଲା। ଦଳ ପକ୍ଷରୁ ସାଇ ହୋପ୍ ୧୧୫ ରନ କରିଥିଲେ। ସେହିଭଳି ପୁରନ ୭୪ ରନ କରିଥିଲେ।

ଭାରତ ପକ୍ଷରୁ ସାର୍ଦ୍ଦୁଳ ଠାକୁର ୩ ଓ୍ୱିକେଟ ନେଇଥିଲେ। ସେପଟେ ଜବାବରେ ଶିଖର ଧାଓ୍ୱନଙ୍କ ଟିମ୍ ଦୁଇଟି ବଲ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର, ସଞ୍ଜୁ ସାମସନ୍  ଓ ଅକ୍ସର ପଟେଲ ଅର୍ଦ୍ଧଶତକ କରିଥିଲେ। ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି। ଏହି ବିଜୟ ସହ ଭାରତ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି।