Advertisment

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
India  vs Australia

India vs Australia

ବିଶ୍ୱକପ୍‌ରେ ରୋମାଞ୍ଜକର ସେମିଫାଇନାଲ୍। ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍। ତେବେ ଏହି ବିଜୟ ସହ ନଭେମ୍ବର ୧୯ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ସହ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ। ରବିବାର ଅଷ୍ଟମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ। ତେବେ ରବିବାର ଖେଳାଯାଉଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ୨୦୦୩ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୧୨୫ ରନ୍‌ରେ ପରାସ୍ତ କରିଥିଲା। ଯାହାର ବଦଲା ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନେବାକୁ ଚେଷ୍ଟା କରିବ ଭାରତ।

Advertisment

ଆଜି କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିଲା ଦ୍ୱିତୀୟ ସେମିଫାଇନାଲ। ଦ୍ୱିତୀୟ ସେମିରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌। କେବଳ ଡେଭିଡ୍‌ ମିଲର ଓ କ୍ଲାସନ୍‌ଙ୍କ ବ୍ୟାତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ଅଧିକ ରନ୍‌ କରିବାରେ ସଫଳ ହୋଇନଥିଲେ। ମିଲର୍‌ଙ୍କ ୧୦୧ ରନ୍‌ ଓ କ୍ଲାସନ୍‌ଙ୍କ ୪୭ ରନ୍‌ ଫଳରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ମାତ୍ର ୨୧୨ ରନ୍‌ କରି ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ କମିନ୍ସ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ଜାମ୍ପା ଓ ଟ୍ରାଭିସ୍‌ ହେଡ୍‌ ଦୁଇଟି ଲେଖାଏଁ ୱିକେଟ୍ ନିଜ ନାମରେ କରିଥିଲେ।

୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଅ ଆରମ୍ଭରୁ ଦମଦାର ଖେଳିଥିଲା। ଦୁଇ ଓପନର୍‌ ଟ୍ରାଭିସ୍‌ ହେଡ୍ ଓ ଡେଭିଡ୍‌ ୱାର୍ଣ୍ଣର ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୦ ରନ୍‌ର ପାର୍ଟନରସିପ୍‌ କରିଥିଲେ। ତେବେ ଡେଭିଡ୍ ୱାର୍ଣ୍ଣରଙ୍କ ୱିକେଟ ପରେ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌ ଠେଲି ଦେଇଥିଲା ଦକ୍ଷିଣ ଆଫ୍ରିକା। ଲଗାତାର ବ୍ୟବଧାନରେ ୱିକେଟ ନେଇ ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଥିଲେ ଦକ୍ଷିଣ ଆଫ୍ରିକା ବୋଲର। କିନ୍ତୁ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିପାରିନଥିଲା ଦକ୍ଷିଣ ଆଫ୍ରିକା। ଏହି ଲୋ ସ୍କୋରିଂ ମ୍ୟାଚ୍‌କୁ ୩ ୱିକେଟରେ ଜିତିବା ସହ ଫାଇନାଲ ଟିକେଟ ହାତେଇବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ୬୨ ରନ୍‌ କରିଥିବାବେଳେ ଷ୍ଟିଭ୍‌ ସ୍ମିଥ୍‌ ୩୦ ରନ୍‌ କରିଥିଲେ।

Advertisment

Australia 2023 Men's World Cup South Africa
Advertisment
Advertisment