Advertisment

ମୋହାଲି ଟି-ଟେଣ୍ଟିରେ ହାରିଲା ଭାରତ, ଜିତିଲା ଅଷ୍ଟ୍ରେଲିଆ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।

author-image
Chandan Shishu
IND vs AUS

IND vs AUS

ମୋହାଲିରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟିରେ ହାରିଲା ଭାରତ। ଅଷ୍ଟ୍ରେଲିଆ ୪ ୱିକେଟ୍‌ରେ ବିଜୟ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ ବଳରେ ଟିମ୍‌ ଇଣ୍ଡିଆ ୨୦ ଓଭର୍‌ରେ ୨୦୯ ରନ୍‌ କରିଥିଲା। ୪ଟି ବଲ୍‌ ବାକିଥାଇ ମ୍ୟାଚ୍‌କୁ ଦଖଲ କରିନେଇଥିଲା କଙ୍ଗାରୁ ଦଳ 

Advertisment

ପ୍ରଥମେ ଫର୍ମକୁ ନେଇ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କ ଅର୍ଦ୍ଧ ଶତକ ମଧ୍ୟକ୍ରମରେ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଥିଲେ। ପାଣ୍ଡ୍ୟା ଶେଷ ଯାଏ ୩୦ ବଲରେ ଅପରାଜିତ ୭୧ ରନର ଇନିଂସ ଖେଳି ପୂରା ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଥିଲା। ଏବେ ପ୍ରଥମ ଟି-୨୦ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ୍‌ ଥିଲା ୨୦୯ ରନ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କୁ ହରାଇଥିଲା। ଏହାପରେ ବିରାଟ କୋହଲି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଏଥିସହ ଦୀର୍ଘ ମାସ ପରେ ରାହୁଲ ଟି-୨୦ରେ ନିଜର ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ। ୩୫ ରନରେ ୨ ୱିକେଟ ହରାଇଥିବା ଭାରତ ୧୦୩ରେ ୩ ୱିକେଟ ହରାଥିଲା। ବଡ଼ ଶଟ ଖେଳିବା ଲୋଭରେ କେଏଲ ରାହୁଲ ୫୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୨୩ ରନ ପରେ ସୂର୍ଯ୍ୟ କୁମାର ଯାଦବ ୨୫ ବଲରେ ୪୬ ରନ କରି ଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଇଲିସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି ଓ ଗ୍ରୀନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

Advertisment
Ind Vs Aus Mohali T-20
Advertisment
Advertisment