Advertisment

Smith played captains knock: ସ୍ମିଥ ଖେଳିଲେ ଅଧିନାୟକ ଇନିଂସ, ଭାରତ ଆଗରେ ୨୬୫ ରନ ଟାର୍ଗେଟ

ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ କରିଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ।

india

india

Advertisment

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଭାରତଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି। ଏହି ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ କରିଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। କୁପର କୋନୋଲି ଖାତା ଖୋଲି ପାରି ନ ଥିଲେ। ମହମ୍ମଦ ଶାମି ତାଙ୍କୁ ଆଉଟ କରିଥିଲେ। ଟ୍ରାଭିସ ହେଡ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିଥିଲେ। ହେଡ୍ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ୩୯ ରନ ସ୍କୋରରେ ହେଡଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ହେଡ୍ ୩୩ ବଲରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ।

ହେଡ ଆଉଟ୍ ପରେ ସ୍ମିଥ ଓ ମାର୍ନସ ଲାବୁଶେନ ଇନିଂସ ସମ୍ଭାଳିଥିଲେ। ଉଭୟ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟରେ ୫୬ ରନ ଯୋଡ଼ିଥିଲେ। ଲାବୁସେନ ୨୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଜୋସ୍ ଇଙ୍ଗ୍ଲିଶ(୧୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଏହା ପରେ ସ୍ମିଥ ଓ ଆଲେକ୍ସ କେରି ପଞ୍ଚମ ଓ୍ଵିକେଟରେ ୫୪ ରନ ଯୋଡ଼ି ଦଳର ସ୍କୋରକୁ ୧୯୮ ରନରେ ପହଞ୍ଚାଇଥିଲେ।

Advertisment

ସ୍ମିଥଙ୍କୁ କ୍ଲିନ ବୋଲ୍ଡ କରି ମହମ୍ମଦ ଶାମି ଭାରତକୁ ବଡ଼ ସଫଳତା ଦେଇଥିଲେ। ଅଷ୍ଟ୍ରେଲିଆଅଧିନାୟକ ୭୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓ୍ଵିକେଟ୍ କିପର ବ୍ୟାଟର ଆଲେକ୍ସ କେରି ଦମଦାର ବ୍ୟାଟିଂ କରିଥିଲେ। ସେ ୫୭ ବଲରୁ ୮ ଚୌକା ଓ ୧ ଛକା ସହ ୬୧ ରନ କରିଥିଲେ। ବେନ ଡ୍ବାରସିସ୍ ୧୯ ରନର କ୍ୟାମିଓ ଇନିଂସ ଖେଳିବା ଫଳରେ ଅଷ୍ଟ୍ରେଲିଆ ୨୬୪ ରନରେ ଅଲଆଉଟ୍ ହୋଇଥିଲା।

ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୪୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୪୦ ରନରେ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୪୯ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

ICC Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ