/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696769903.jpg)
india vs Australia
ଦିନିକିଆ ବିଶ୍ୱକପ୍ କ୍ରିକେଟ । ଚେନ୍ନାଇରେ ଚମକିଲେ ଭାରତୀୟ ସ୍ପିନର। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଆଡଭାନଟେଜ୍ରେ ଭାରତ । ଭାରତର ସ୍ପିନ୍ ଆଟାକରେ ଘାଇଲା ହେଲା କଙ୍ଗାରୁ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୦୦ ରନ୍ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ।
Innings break!
Australia are all out for 199 courtesy of a solid bowling performance from #TeamIndia 👏👏
Ravindra Jadeja the pick of the bowlers with figures of 3/28 👌👌
Scorecard ▶️ https://t.co/ToKaGif9ri#CWC23 | #INDvAUS | #MeninBluepic.twitter.com/TSf9WN4Bkz
— BCCI (@BCCI) October 8, 2023
ଆଜି ଦିନିକିଆ ବିଶ୍ୱକପରେ ନିଜ ଅଭିଯାନ କରିଛି ଭାରତ। ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି ଭାରତ। ଏହି ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। କିନ୍ତୁ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ କୌଣସି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ । ୪୯.୩ ଓଭରରେ ୧୯୯ ରନ୍ର ଅଲଆଉଟ ହୋଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୪୬ ରନ୍ କରିଥିଲେ।
ସେହିପରି ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍ରେ କଙ୍ଗାରୁ ଦଳକୁ ହରାଇ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)