Advertisment

Asia Cup: କେଉଁଠି ବିରୋଧ ତ କେଉଁଠି ଉତ୍ସାହ, ବିବାଦ ଭିତରେ ଏସିଆ କପରେ ଭାରତ-ପାକିସ୍ତାନ ଟକ୍କର

ଏପଟେ ଦେଶପ୍ରେମ, ସେପଟେ ସମ୍ପର୍କ, ସଦଭାବନା ଓ ନିୟମର ଦ୍ବାହି। ଆଉ ମଝିରେ ଫସିଛି ବିସିସିଆଇ। ଦୁବାଇରେ ଖେଳାଯାଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏ ବିଷମ ସ୍ଥିତି। ଏ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଆଜିର ମ୍ୟାଚ୍ ହାରଜିତକୁ ନେଇ ଯେତିକି ଚର୍ଚ୍ଚା କି ଆଲୋଚନା ହେଉନି, ତା ଅପେକ୍ଷା ଏ ମ୍ୟାଚ୍ କେଉଁ ପରିସ୍ଥିତିରେ ଖେଳାଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନ। ପହଲଗାମ୍ ଆକ୍ରମଣରେ ଭାରତ-ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ ଭିତରେ କ୍ରିକେଟ୍ କେଉଁଠୁ ଆସିଲା, ତାକୁ ନେଇ ଛିଡ଼ା ହୋଇଛି ବିଶାଳ ବିବାଦ।...

author-image
Tapan Kumar Swain
Asia Cup

Asia Cup

ସୁପର ସଣ୍ଡେରେ ସୁପର ମୁକାବିଲା ଅପେକ୍ଷା ସୁପର କଣ୍ଟ୍ରୋଭର୍ସିକୁ ନେଇ ଅଧିକ ଚର୍ଚ୍ଚା। ଭାରତ ପାକିସ୍ତାନ ହାଇଭୋଲଟେଜ୍ କ୍ରିକେଟ୍ ମ୍ୟାଚକୁ ନେଇ ମୈଦାନର ଲଢେଇ ବଦଳରେ, ଏ ମ୍ୟାଚ୍ କେମିତି ଖେଳାନଯିବ ତାକୁ ନେଇ ଦେଶବ୍ୟାପୀ ତମ୍ବି ତୋଫାନ। ଆଜି ଦୁବାଇରେ ଏସିଆ କପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ହେଲେ, ଅନ୍ୟ ସବୁଥର ଭଳି କିନ୍ତୁ, ଏଥର ଏ ମ୍ୟାଚ୍କୁ ଅନେକ ଭାରତୀୟଙ୍କ ଭିତରେ ଉତ୍ସାହ ନାହିଁ କି ଉଦ୍ଦିପନା। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କୀସ୍ତାନ ସହ ସବୁ ସଂପର୍କ ଛିନ୍ନ କରିଛି ଭାରତ।

Advertisment

ଏଭଳି ସ୍ଥିତିରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଯିବାକୁ ଦେଶବ୍ୟାପୀ ଦାବି ଓ ଆନ୍ଦୋଳନ ପରେ ସୃଷ୍ଟି ହୋଇଛି ଏ ସଙ୍ଗୀନ ବିବାଦ। ମୁମ୍ବାଇରୁ ଦିଲ୍ଲୀ, କୋଲତାରୁ ଚେନ୍ନାଇ ଓ ଲକ୍ଷ୍ନୌରୁ ହାଇଦ୍ରାବାଦ୍। ସବୁଠି ମ୍ୟାଚ୍ ବିରୋଧରେ କଡ଼ା ବିରୋଧ, ଜୋରଦାର ପ୍ରତିବାଦ। ଏମିତିକ ଗତକାଲିଠୁ ବିସିସିଆଇ ଉପରେ କ୍ଷୋଭ ଓ ଅସନ୍ତୋଷ ଝାଡ଼ି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।...

ପହଲଗାମ୍ ଆକ୍ରମଣରେ ୨୬ ନୀରିହଙ୍କ ମୃତ୍ୟୁ ପରେ ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ସିନ୍ଧୁ ନଦୀର ପାଣି ବନ୍ଦ କରିଥିଲେ ଭାରତ ସରକାର। ଆତଙ୍କବାଦର ବିଲୋପ ନହେବା ଯାଏଁ, ସେ ଦେଶ ସହ ସବୁ ସମ୍ପର୍କ ଛିନ୍ନର ସଂକଳ୍ପ ନେଇଛି ନୂଆଦିଲ୍ଲୀ। ଏପରି ସ୍ଥିତିରେ ଏସିଆ କ୍ପ ଭଳି ଏକ କମ୍ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ, କେମିତି ପାକିସ୍ତାନ ସହ ବନ୍ଧୁତ୍ବପୂର୍ଣ୍ଣ ଭାବେ ମ୍ୟାଚ୍ ଖେଳିବ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ବହୁ ମୃତକଙ୍କ ସଂପର୍କୀୟ। ଏହା କଟା ଘାରେ ଚୂନ ସଦୃଶ ବୋଲି ସେମାନଙ୍କ ଅଭିଯୋଗ ପରେ ଏହା ବିସିସିଆଇ ପାଇଁ ସୃଷ୍ଟି କରିଛି ବିଷମ ସ୍ଥିତି।
ଏପଟେ ଖେଳ ସହ ରାଜନୀତିକୁ ନଯୋଡ଼ିବାକୁ ମତ ଦେଇଛନ୍ତି ଅନେକ। ଖେଳୁଆଡ଼ ମନ ନେଇ ସେ, ପଛ କଥାକୁ ଭୁଲି ଭାରତ-ପାକିସ୍ତାନର ମ୍ୟାଚର ମଜା ନେବା ସପକ୍ଷରେ ବହୁ କ୍ରିକେଟ୍ ପ୍ରେମୀ। ଏପରିକି ଦୁବାଇ ଲଢେଇରେ ଭାରତ କେମିତି ଦମଦାର ବିଜୟ ହାସଲ କରିବ, ସେଥିପାଇଁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ପୂଜା, ପ୍ରାର୍ଥନା ଓ ହୋମ ଯଜ୍ଞ ଭଳି କାର୍ଯ୍ୟକ୍ରମ।

Advertisment

ଚଳିତ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଭାରତ ଏକ ଏକତରଫା ମ୍ୟାଚରେ ୟୁଏଇକୁ ପରାସ୍ତ କରିଛି। ସେପଟେ ଓମାନକୁ ହରାଇ ମନୋବଳ ଦୃଢ଼ ରଖିଛି ପାକିସ୍ତାନ। ଏସିଆ କପରେ ଦୁଇ ଦେଶ ପରସ୍ପରକୁ ୧୮ ଥର ସାମ୍ନା କରିଛନ୍ତି। ସେ ଭିତରୁ ଟିମ୍ ଇଣ୍ଡିଆ ୧୦ଟି ଓ ୬ଟି ମ୍ୟାଚରେ ବିଜୟୀ ହୋଇଛି ପାକିସ୍ତାନ ଟିମ୍। ରେକର୍ଡ ହାର ଭାରତ ସପକ୍ଷରେ ଥିଲେ ବି ଏ ବିବାଦୀୟ ସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ନା ସଲମାନ ଆଘା, କାହାର ବଲ୍ଲା ଚାଲିବ, ତାକୁ ଅପେକ୍ଷା ରଖିଛନ୍ତି ଦୁଇ ଦେଶର ଫ୍ୟାନ।...

ଅଧିକ ପଢ଼ନ୍ତୁ: ଭାରତ ବନାମ ପାକିସ୍ତାନ, କିଏ ଜିତିବ? ପାଞ୍ଚ ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ

India Pakistan Asia Cup
Advertisment
Related Articles
Advertisment