Advertisment

industrial review meeting: ଶିଳ୍ପ ନାଁରେ ଜମି ନେଇ ବସିଗଲେ ହେବନି

ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ଜମି ନେଇ ଚୁପ୍ ବସିଥିବା କିମ୍ବା ତାଲା ବନ୍ଦ କରିଦେଇଥିବା ପ୍ରତିଷ୍ଠାନ ଗୁଡ଼ିକଠାରୁ ଜମି ଫେରାଇ ଆଣିବେ ସରକାର । ବ୍ରହ୍ମପୁରଠାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବ୍ରହ୍ମପୁର ଠାରେ ଗଂଜାମ କ୍ଷୁଦ୍ର ଶିଳ୍ପ ଓ ଇଣ୍ଡିଷ୍ଟ୍ରିଆଲ ଉପରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମନ୍ତ୍ରୀ ମଲ୍ଲିକ ।

author-image
Ramakrushna Dakua
Odisha to Reclaim Idle Industrial Land: MSME Minister Gokulananda Mallik Issues Strict Order

Odisha to Reclaim Idle Industrial Land: MSME Minister Gokulananda Mallik Issues Strict Order

ବ୍ରହ୍ମପୁରର ଆଙ୍କୁଲି ଶିଳ୍ପାଞ୍ଚଳ, ଦିନ ଥିଲା ଏଠାରେ ପ୍ରାୟ ୬୦ରୁ ଅଧିକ ଶିଳ୍ପ କାରଖାନା ଥିଲା । ଶହ ଶହ ପରିବାର ଏଠି କାର୍ଯ୍ୟ କରି ପରିବାର ଭରଣ ପୋଷଣ କରୁଥିଲେ । ହେଲେ ଅଧିକାଂଶ ଶିଳ୍ପରେ ଏବେ ତାଲା ଝୁଲୁଛି । ଫଳରେ ଏବେ ଭତକୋଠି ହୋଇ ଏସବୁ ପଡ଼ି ରହିଛି । ହାତଗଣତି ୪ରୁ ୫ଟି କମ୍ପାନୀ ହିଁ କାର୍ଯ୍ୟ କରୁଛି । ଆଉ କିଏ କିଏ ଏଗୁଡିକୁ ଭଡ଼ାରେ ବି ଲଗାଇ ଦେଇଛନ୍ତି । ଏବେ କିନ୍ତୁ ଆଉ ଏ ସବୁ ଏମିତି ରହିବନି । ଯେଉଁମାନେ ଇଡକୋଠାରୁ ଜମି ନେଇ ଶିଳ୍ପ କରି ନାହାନ୍ତି ବା ବନ୍ଦ କରିଛନ୍ତି ସେମାନଙ୍କ ଠାରୁ ଏ ସବୁ ଛଡାଇ ନିଆଯିବ । ନୂଆ ଲୋକଙ୍କୁ ପ୍ରଦାନ କରାଯିବ ।

Advertisment

ସେହିଭଳି ଗଂଜାମ ଜିଲାର ଆସିକା, ବ୍ରହ୍ମପୁର , ହିଂଜିଳିକାଟୁ, ଅଟୋନଗର , ଛତ୍ରପୁର ଆଦି ଅଞ୍ଚଳରେ ଇଡକୋ ଜମିକୁ ଦୀର୍ଘ ଦିନ ଧରି ବହୁ ବ୍ୟକ୍ତି ଶିଳ୍ପ ନାଁରେ ଅକ୍ତିଆର କରିଛନ୍ତି । ତେବେ ଏମଏସଏମଇ ବିଭାଗ ପକ୍ଷରୁ ହୋଇଥିବା ଏକ ସମୀକ୍ଷାରେ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଜାଗା ଗୁଡିକ କାର୍ଯ୍ୟ ନ ହୋଇ ପଡି ରହିଛି ତାହା ସେମାନଙ୍କ ଠାରୁ ଛଡାଇ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ବୋଲି ସେ ଦୋହରାଇଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲାରେ ଥିବା କିଆ ଚାଷ, ପଥର କାରିଗର, ହସ୍ତତନ୍ତକୁ ଅଧିକ ପ୍ରତ୍ସୋହନ ଦିଆଯିବ । ଯାହା ଫଳରେ ଆଉ ଅଞ୍ଚଳର ଲୋକେ ଆମ ଜିଲାର ଜିନିଷ କିଣିବେ ବୋଲି ସେ ଦମ୍ଭୋକ୍ତି ବାଢିଛନ୍ତି ।   

Advertisment
Related Articles
Advertisment