Advertisment

IPLରେ ୨ଟି ଦୀମୀ ଷ୍ଟମ୍ପ ଭାଙ୍ଗିଦେଲେ ଅର୍ଶଦୀପ, ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ କିଏ ?

ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

author-image
Chandan Shishu
ଅଦ୍ୟତନ ହୋଇଛି
Arshdeep shatters middle stumps during ipl match

Arshdeep shatters middle stumps during ipl match

ହୋମ୍‌ ଗ୍ରାଉଣ୍ଡରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରତିଶୋଧ ନେଲା ପଞ୍ଜାବ କିଙ୍ଗସ୍‌। ଶନିବାର ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ଥିଲା ରୋମାଞ୍ଚକର । ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇ ଠାରୁ ମ୍ୟାଚ୍‌ ଛଡାଇ ଆଣିଥିଲା ପଞ୍ଜାବ, ଯାହାର ହିରୋ ସାଜିଥିଲେ ଅର୍ଶଦୀପ। ସେ କେବଳ ୱିକେଟ୍‌ ନେଇନଥିଲେ ବରଂ କ୍ଲିନ୍‌ ବୋଲ୍ଡ କରି ଷ୍ଟମ୍ପକୁ ଭାଙ୍ଗିଦେଇଥିଲେ। 

Advertisment

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୧୫ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ମୁମ୍ବାଇର ବ୍ୟାଟିଂରେ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ଯାଦବ ଓ କ୍ୟାମରନ୍‌ ଗ୍ରୀନ୍‌ ଦମଦାର ବ୍ୟାଟିଂ ଯୋଗୁଁ ଦଳ ବିଜୟ ଆଡ଼କୁ ଯାଉଥିଲା। ହେଲେ ଏହି ଦୁଇ ଯୋଡ଼ି ଆଉଟ୍‌ ହେବା ପରେ ତଥାପି ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

ଶେଷ ଓଭରରେ ମୁମ୍ବାଇକୁ ୬ଟି ବଲ୍‌ରୁ ୧୬ ରନ୍‌ ଆବଶ୍ୟକ ପଡୁଥିଲା। ହେଲେ ଅର୍ଶଦୀପ ବଲ୍‌ର ବଲ୍‌ର ସାମନା କରିପାରିନଥିଲେ ମୁମ୍ବାଇର ବ୍ୟାଟସମାନ। କେବଳ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେ କେବଳ ବୋଲ୍ଡ କରିନଥିଲେ ବରଂ ୱିକେଟ୍‌ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲେ। 

Advertisment

ଅର୍ଶଦୀପ ତାଙ୍କ ତୃତୀୟ ବଲ୍‌ରେ ତିଲକ ବର୍ମାଙ୍କୁ ବୋଲ୍ଡ କରିଥିଲେ। କେବଳ ସେତିକି ନୁହେଁ ଦାମୀ ଏଲଇଡି ଷ୍ଟମ୍ପକୁ ଭାଙ୍ଗିଦେଇଥିଲେ ଅର୍ଶଦୀପ।  ତାର ପର ବଲ୍‌ରେ ଅର୍ଥାତ୍‌ ଚତୁର୍ଥ ବଲ୍‌ରେ ବୋଲ୍ଡ ହୋଇଥିଲେ ୱାଧେରାଙ୍କୁ ବୋଲ୍ଡ କରିବା ସହ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲେ। ତେବେ  ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଏହି ଷ୍ଟମ୍ପ ହୋଇଛି। ଏଥିରେ କ୍ୟାମେରା, ଏଲଇଡି ଓ ସେନସର୍‌ ମଧ୍ୟ ରହିଛି। ତେବେ ବିସିସିଆଇକୁ କ୍ଷତି ସହିବାକୁ ପଡ଼ିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଷ୍ଟମ୍ପର ମୂଲ୍ୟ ୨୦ରୁ ୩୦ ଲକ୍ଷ ଟଙ୍କା ହେବ।  

Mumbai Indians IPL 2023 Arshdeep Singh
Advertisment
Advertisment