• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ପିନ୍ଧିବ ବିଶ୍ୱକପ୍ ଫୁଟବଲର ତାଜ୍ ? ଦୁଇ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟାଇଟଲ ମୁକାବିଲା ହେବାକୁ ଥିବା ବେଳେ, ବଢ଼ିଛି ଫୁଟବଲ ପ୍ରେମୀଙ୍କ ଉତ୍କଣ୍ଠା । ପ୍ରାରମ୍ଭିକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଦୁର୍ବଳ ସାଉଦି ଆରବଠାରୁ ହାରିଯିବା ପରେ ନିରାଶ ହୋଇଥିଲେ ମେସି ଫ୍ୟାନ୍ । ମାତ୍ର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆମେରିକୀୟ ପାଓ୍ୱାରହାଉସ କମ୍‌ବ୍ୟାକ୍ କରିବା ସହ, ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍‌ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛନ୍ତି ଲିଓନେଲ ମେସି ।

ସମ୍ମୁଖରୁ ନେତୃତ୍ୱ ନେବା ସହ ନିଜେ ଗୋଲ ସ୍କୋର କରିଥିଲେ । ଏହାସହ ସାଥି ଖେଳାଳିଙ୍କ ଲାଗି ସ୍କୋର କରିବାର ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ ଆଲଭରେଜ୍ ଓ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଟପ୍ ଫର୍ମକୁ ଫେରିଥିବାରୁ ଦଳ ଚାମ୍ପିୟନ ହେବା ଲାଗି ହଟ୍ ଫେଭରାଇଟ୍ ରହିଛି । ତେଣେ ସ୍ଲୋ ଷ୍ଟାର୍ଟ କରିଥିବା ଫ୍ରାନ୍ସ ମଧ୍ୟ ଭଲ ଫର୍ମରେ ରହିଛି । ଆର୍ଜେଣ୍ଟିନା ଡିଫେନ୍‌ସକୁ ଜିରୋ ଓ ଏମ୍ବାପେଙ୍କଠାରୁ କ୍ରମାଗତ ବିପଦ ରହିବ । ଅନ୍ୟପକ୍ଷରେ ହର୍ଣ୍ଣାଣ୍ଡେଜ୍ ଓ ଗ୍ରିଜ୍‌ମ୍ୟାନ ବି ଯେକୌଣସି ବିପର୍ଯ୍ୟୟ ଘଟାଇବା ଲାଗି ସମର୍ଥ । ତେବେ ଏମ୍ବାପେ ଓ ମେସିଙ୍କ ପ୍ରଦର୍ଶନ ଫୋକସ୍‌ରେ ରହିବ । 

ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଷ୍ଟାଡିୟମରେ ୮୦ ହଜାରରୁ ଅଧିକ ଦର୍ଶକ ଖେଳ ଉପଭୋଗ କରିପାରିବେ । ଉଭୟ ଫ୍ରାନ୍ସ ଓ ଆର୍ଜେଣ୍ଟିନା ସମର୍ଥକ ଦୋହାରେ ଆଡ୍ଡା ଜମାଇ ଥିବା ବେଳେ, ବିଶ୍ୱର ବହୁ ଦେଶରୁ ପୁଟବଲ ପ୍ରେମୀ ଫାଇନାଲ ମ୍ୟାଚ୍ ଦେଖିବା ଲାଗି ପହଞ୍ଚି ସାରିଛନ୍ତି । ଏଥର ଖେଳର ସ୍ତର ଉଚ୍ଚକୋଟୀର ଥିବା ବେଳେ ଫାଇନାଲ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଭାରତୀୟ ସମୟ ରାତି ସାଢେ ୮ଟାରେ ଫାଇନାଲ ମ୍ୟାଚ୍ ଆରମ୍ଭ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now