• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ହାରିଲା ଭାରତ। ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନ୍‌ରେ ହାରିଲା ଭାରତ। ଭାରତ ଆଗରେ ଜିତିବା ପାଇଁ  ୨୯୭ ରନ୍‌ର ଲକ୍ଷ୍ୟ ଥିଲା।  ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରି ପରାସ୍ତ ହୋଇଛି। ଏହି ମ୍ୟାଚ ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଦ.ଆଫ୍ରିକା ୧-୦ରେ ଆଗୁଆ ରହିଛି। 

୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୟାପଟେନ୍ ତଥା ଓପ୍ନର ଲୋକେଶ ରାହୁଲ୍‌ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କମବ୍ୟାକ୍ କରିଥିବା ଶିଖର ଧୱନ୍ ଓ ସମସ୍ତ ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଥିଲେ।

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ। ଧୱନ୍ ଓ କୋହଲିଙ୍କ ଆଉଟ୍ ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା। ଧୱନ୍ ୮୪ ବଲରେ ୧୦ ଚୌକା ସହ ୭୯ ଓ କୋହଲି ୫୧ (୬୩ ବଲ୍, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।