Advertisment

ଟି-ଟ୍ବେଣ୍ଟି ଟିମ୍‌ର କ୍ୟାପଟେନ୍ କାହିଁକି ହେଲେନି ହାର୍ଦ୍ଦିକ ? କାରଣ କହିଲେ ଅଗରକର...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, କାରଣ କହିଛନ୍ତି ଅଗରକର।

author-image
Sujit kumar Swain
ଅଦ୍ୟତନ ହୋଇଛି
why Hardik Pandya was denied India T20I captaincy

why Hardik Pandya was denied India T20I captaincy

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍। ସମସ୍ତ ଖେଳାଳି ଓ କୋଚ୍ ଗୌତମ ଗମ୍ଭୀର ମୁମ୍ବାଇରୁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଆସନ୍ତା ୨୭ ତାରିଖରୁ ଅଗଷ୍ଟ ୭ ତାରିଖ ଯାଏ ସିଂହଳୀ ଟିମ୍ ସହ ୩ଟି ଲେଖାଏ ଟି-ଟ୍ବେଣ୍ଟି ଓ ଦିନିକିଆ ମ୍ୟାଚ୍ ଖେଳିବ। ଟି-ଟ୍ବେଣ୍ଟି ଟିମର ନେତୃତ୍ବ ନେବେ ସୂର୍ଯ୍ୟକୁମାର ଯାଦବ। ଦିନିକିଆର କ୍ୟାପଟେନ୍ ଦାୟିତ୍ବ ତୁଲାଇବେ ରୋହିତ ଶର୍ମା। ଉଭୟ ଟି-ଟ୍ବେଣ୍ଟି ଓ ଦିନିକିଆ ପାଇଁ ଶୁବମନ୍ ଗିଲ୍ ଉପଅଧିନାୟକ ହୋଇଛନ୍ତି।

Advertisment

ଏହି ସିରିଜ ସହ ମୁଖ୍ୟ କୋଚ୍ ଭାବରେ ନୂଆ ଇନିଂସ ଆରମ୍ଭ କରିବେ ଗୌତମ ଗମ୍ଭୀର। ଆଜି ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଗୌତମ ଗମ୍ଭୀର ଓ ଚୟନ କମିଟି ମୁଖ୍ୟ ଅଜିତ ଅଗରକର ପ୍ରେସମିଟ କରିଥିଲେ। ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, ଏହାର କାରଣ କହିଛନ୍ତି ଅଗରକର। ସେ କହିଛନ୍ତି, ଅଧିନାୟକ ପାଇଁ ଯୋଗ୍ୟ ଆଶାୟୀଙ୍କ ଭିତରୁ ଜଣେ ସୂର୍ଯ୍ୟକୁମାର। ଟି-ଟ୍ବେଣ୍ଟିରେ ଜଣେ ଶ୍ରେଷ୍ଠ ବ୍ୟାଟର। ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଉଚ୍ଚକୋଟୀର ଖେଳାଳି। କିନ୍ତୁ ତାଙ୍କ ଫିଟନେସକୁ ନେଇ ଟିକେ ସମସ୍ୟା ରହିଛି। ତେଣୁ ସବୁ ମ୍ୟାଚ୍ ଖେଳି ପାରିଲା ଭଳି ଜଣେ କ୍ୟାପଟେନ୍ ଚୟନ କରିବାକୁ ପଡ଼ିଲା। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସୂର୍ଯ୍ୟକୁମାରଙ୍କ ପାଖରେ ସମସ୍ତ ଆବଶ୍ୟକ ଗୁଣ ରହିଛି ବୋଲି କହିଛନ୍ତି ଅଜିତ ଅଗତକର।

Advertisment

ସେହିପରି ଗୌତମ ଗମ୍ଭୀର କହିଛନ୍ତି, ‘ରୋହିତ ଓ କୋହଲି ଏଭଳି ଫିଟନେସ୍ ଜାରି ରଖିଲେ ୨୦୨୭ ବିଶ୍ବକପ୍ ଖେଳିପାରିବେ। ମୁଁ ଭାବୁଛି ସେ ଟି -୨୦ ବିଶ୍ୱକପ ହେଉ କିମ୍ବା ଦିନିକିଆ ବିଶ୍ୱକପ । ବଡ଼ ମଞ୍ଚରେ କ’ଣ କରିପାରିବେ ତାହା ଦୁହେଁ ଦର୍ଶାଇଛନ୍ତି । ସେହି ଖେଳାଳିଙ୍କ ଭିତରେ ଏବେ ବି ବହୁତ କ୍ରିକେଟ୍ ବାକି ଅଛି । ’

ସୂଚନା ଅନୁସାରେ ୨୦୨୭ ଦିନିକିଆ ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ଅର୍ଥାତ୍ ଦିନିକିଆ ବିଶ୍ୱକପ୍‌କୁ ଏବେ ଆଉ ପ୍ରାୟ ତିନି ବର୍ଷ ବାକି ଅଛି । ସେତେବେଳକୁ ରୋହିତଙ୍କ ବୟସ ୪୦ ଓ ବିରାଟଙ୍କ ବୟସ ପାଖାପାଖି ୩୯ ବର୍ଷ ହୋଇସାରିଥିବ। ତେଣୁ ଯଦି ଉଭୟ ବ୍ୟାଟ୍ସମ୍ୟାନ୍‌ ଫିଟନେସ୍ ରଖିପାରିବେ ତେବେ ଉଭୟେ ଦିନିକିଆ ବିଶ୍ୱକପ୍‌ ଖେଳିପାରିବେ।

Hardik Pandya Cricket
Advertisment
Advertisment