Advertisment

Virat Kohli Dance: ଆଉଟ ହେଲେ ହେଡ, ଖୁସିରେ ନାଚିଲେ ବିରାଟ କୋହଲି

ଭାରତୀୟ ଦଳ ପାଇଁ ହେଡଙ୍କୁ ସବୁଠୁ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ।

ଅଦ୍ୟତନ ହୋଇଛି
kohli

kohli

Advertisment

ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ବିରାଟ କୋହଲିଙ୍କୁ ନାଚୁଥିବାର ଦେଖିବାକୁ ମିଳିଥିଲା। ବରୁଣ ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲରେ ନିଜର ପ୍ରଥମ ବଲରେ ଟ୍ରାଭିସ ହେଡଙ୍କୁ ଆଉଟ୍ କରିଥିଲେ। ଏହି ୱିକେଟ ଭାରତୀୟ ଫ୍ୟାନ ମାନଙ୍କୁ ଖୁସି କରି ଦେଇଥିଲା। ବରୁଣ ଭାରତକୁ ବହୁତ ବଡ଼ ସଫଳତା ଦେଇଥିବା ବେଳେ ଏହି ଓ୍ଵିକେଟ୍ କେବଳ ଭାରତୀୟ ଦଳକୁ ନୁହେଁ ବରଂ କ୍ରିକେଟ୍ ପ୍ରେମୀଙ୍କୁ ମଧ୍ୟ ଖୁସି କରିଥିଲା। ଆଇସିସି ଇଭେଣ୍ଟ ଗୁଡିକରେ ହେଡ ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ।

Advertisment

ଭାରତୀୟ ଦଳ ପାଇଁ ହେଡଙ୍କୁ ସବୁଠୁ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

ମହମ୍ମଦ ଶାମି ନିଜ ଓଭରର ପ୍ରଥମ ବଲରେ ହେଡଙ୍କ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ। ଏହା ପରେ ହେଡ୍ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ କ୍ରିଜରେ ଜମିବା ପରେ ବଡ ଶଟ୍ ଖେଳିବା ଆରମ୍ଭ କରିଥିଲେ। ଅଧିନାୟକ ରୋହିତ ଶର୍ମା ୯ମ ଓଭର ବରୁଣ ଚକ୍ରବର୍ତ୍ତୀଙ୍କ ହାତରେ ଦେଇଥିଲେ। ପ୍ରଥମ ବଲରେ ସ୍ମିଥ ଏକ ରନ ନେବା ପରେ ଦ୍ଵିତୀୟ ବଲରେ ହେଡ୍ ଆଗକୁ ବଢି ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ। ଶୁଭମନ ଗିଲ୍ ହେଡଙ୍କ ସହଜ କ୍ୟାଚ୍ ଧରିଥିଲେ। ଏହି ଓ୍ଵିକେଟ୍ ପରେ ବିରାଟ କୋହଲି ପଡ଼ିଆରେ ଭାଙ୍ଗଡ଼ା ଡ୍ୟାନ୍ସ କରିବାକୁ ଲାଗିଥିଲେ।

Advertisment

ଭାରତ ବନାମ ଅଷ୍ଟ୍ରେଲିଆ ସେମି ଫାଇନାଲ୍ ପୂର୍ବରୁ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଟ୍ରେଭିସ ହେଡ୍ ନିଜର ସହାୟକ କୋଚ୍ ଡାନିଏଲ ଭିଟୋରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବରୁଣଙ୍କୁ କେମିତି ଖେଳାଯିବ ଭିଟୋରୀଙ୍କ ପରାମର୍ଶ ଲୋଡୁଥିଲେ। ହେଲେ ମ୍ୟାଚରେ ଏହାର କିଛି ପ୍ରଭାବ ପଡ଼ି ନ ଥିଲା। ହେଡ୍ ବଡ଼ ସଟ୍ ଖେଳିବା ପ୍ରୟାସରେ ବରୁଣଙ୍କ ବଲରେ ଆଉଟ୍ ହୋଇଥିଲେ।

Advertisment

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ବ୍ୟାଟର କପୁର କୋନୋଲି ଖାତା ଖୋଲିବା ଆଗରୁ ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ପ୍ରଥମ ବଲ୍‌ରେ ଜୀବନ ଦାନ ମିଳିବା ପରେ ଟ୍ରେଭିସ ହେଡ୍ ୩୩ ବଲରୁ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ମଧ୍ୟରେ ୫ଚୌକା ଓ ୨ ଛକା ସାମିଲ ଥିଲା।

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

Virat Kohli ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ