Advertisment

ବାପା କରୁଥିଲେ ବୋଲିଂ, ପୁଅ ମାରିଲା ଧୋନୀଙ୍କ ‘ହେଲିକପ୍ଟର ସଟ୍‌’... ଭିଡିଓ ସେୟାର କଲା MI

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ନବୀ ତାଙ୍କ ପୁଅ ସହିତ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ନବୀ ବୋଲିଂ କରିଛନ୍ତି ଏବଂ ତାଙ୍କ ପୁଅ ଅବିକଳ ଧୋନୀଙ୍କ ପରି ହେଲିକପ୍ଟର ସଟ୍‌ ଖେଳୁଛନ୍ତି ।

author-image
Santosh Kumar Sahoo
Helicopter Shot

Helicopter Shot

ଚଳିତ ଆଇପିଏଲରେ ଭଲ ଆରମ୍ଭ କରିନି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତର ତିନୋଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଶେଷ ମ୍ୟାଚ୍‌ରେ ବିଜୟ ଲାଭ କରିଛି ମୁମ୍ବାଇ । ତେବେ ଆଇପିଏଲରେ ପରବର୍ତ୍ତୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ । ଗୁରୁବାର ଦିନ ଏହି ମ୍ୟାଚ୍ ଆୟୋଜିତ ହେବ । ତେବେ ଆରସିବି ବିପକ୍ଷରେ ମୁମ୍ବାଇର ମ୍ୟାଚ୍ ପୂର୍ବରୁ ମହମ୍ମଦ ନବୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ପୁଅ ସହିତ ପଡ଼ିଆରେ ନଜର ଆସିଛନ୍ତି। ଆଉ ନବୀଙ୍କ ପୁଅ ମହେନ୍ଦ୍ର ସିଂ ଧୋନିଙ୍କ ହେଲିକପ୍ଟର ସଟ୍‌ ଖେଳିଛନ୍ତି। ଏହି ସମୟ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ନବୀ ତାଙ୍କ ପୁଅ ସହିତ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ନବୀ ବୋଲିଂ କରିଛନ୍ତି ଏବଂ ତାଙ୍କ ପୁଅ ଅବିକଳ ଧୋନୀଙ୍କ ପରି ହେଲିକପ୍ଟର ସଟ୍‌ ଖେଳୁଛନ୍ତି । ଏହି ସମୟର ଭିଡିଓ ମୁମ୍ବାଇ ତା’ର ଅଫିସିଆଲ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏହା ସହ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

Advertisment

ସୂଚନାଯୋଗ୍ୟ ଯେ ଅଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବୀ ଚଳିତ ସିଜିନ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ଅଧିକ ଆଇପିଏଲ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ଆଫଗାନିସ୍ତାନର ନବୀ ଚଳିତ ସିଜନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ଇତିହାସରେ ମହମ୍ମଦ ନବୀ ଏପର୍ଯ୍ୟନ୍ତ ମୋଟ ୧୯ଟି ମ୍ୟାଚ୍ ଖେଳି ୧୩ଟି ୱିକେଟ୍ ନେଇଛନ୍ତି । ସେ ୨୦୨୨ ଓ ୨୦୨୩ ସିଜିନ୍‌ରେ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି ।

MS Dhoni Mumbai Indians
Advertisment
Advertisment