• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ମାତ୍‌ ଦେଲା ଭାରତ । ମ୍ୟାଚ୍‌ର ଶେଷ ଓଭରରେ ୱେଷ୍ଟଇଣ୍ଡିଜ୍‌କୁ ୧୫ ରନ୍‌ର ଆବଶ୍ୟକ ଥିବା ବେଳେ ଦଳ ୧୧ ରନ୍‌ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍‌ ବିଜୟ ସହ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ଭାରତୀୟ ଟିମ୍‌ର ବିଜୟ ପାଇଁ ନାୟକ ସାଜିଥିଲେ ମହମ୍ମଦ ସିରାଜ । ଯିଏକି ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।

ଏହା ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ଦଳ ମୋଟ ୩୦୮ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶିଖର ଧାୱନ୍‌ ଧୁଆଁଧାର ବ୍ୟାଟିଂ କରି ୯୭ ରନ୍‌ ସଂଗ୍ରହ କରିଥିବା ବେଳେ ଶୁଭମନ୍‌ ଗିଲ୍‌ ୬୪ ରନ୍‌ କରିଥିଲେ । ସେହିଭଳି ଶ୍ରେୟସ୍ ଆୟର୍ ୫୪ ରନ୍‌ ଦଳ ପାଇଁ ଯୋଡ଼ିଥିଲେ ।

 

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଗୁଡାକେଶ ମୋତି ଓ ଅଲଜାରୀ ଜୋସେଫ୍‌ ଦୁଇଟି ଲେଖାଏଁ ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ସେହିଭଳି ରୋମାରିଓ ଶେଫର୍ଡ ଓ ଅକିଲ ହୁସୈନ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।

 

ଭାରତୀୟ ଟିମ୍‌ ପକ୍ଷରୁ କ୍ରିଜ୍‌କୁ ଓହ୍ଲାଇଥିବା ଦୁଇ ଓପନର ଶିଖର ଧାଓ୍ୱନ ଓ ଶୁବମାନ ଗିଲ ଚମତ୍କାର ଫର୍ମ ଦେଖାଇଥିଲେ । ଗିଲ୍ ଅର୍ଧଶତକ ହାସଲ କରିବା ପରେ ରନ ଆଉଟ୍ ହୋଇଥିଲେ । ସେ ୫୩ ବଲ୍‌ରେ ୬୪ ରନ୍ କରିଥିଲେ । ଯାହା ଭିତରେ ୨ଟି ଆକର୍ଷଣୀୟ ଛକା ଓ ୬ଟି ଚୌକା ରହିଥିଲା । ସେହିପରି ଧାଓ୍ୱନ ଶତକ କରିବାରୁ ବଞ୍ଚିତ ହୋଇଥିଲେ । ୯୭ ରନ୍‌ରେ ସେ କ୍ୟାଚ୍ ଆଉଟ ହୋଇଥିଲେ । ଏହି ସ୍କୋର ଭିତରେ ୩ଟି ବିଶାଳ ଛକା ଓ ୧୦ଟି ଚୌକା ରହିଥିଲା ।

ସେହିପରି ଗିଲ୍‌ଙ୍କ ପରେ ଧାଓ୍ୱନଙ୍କ ସାଥ୍‌ ଦେବାକୁ ଆସିଥିବା ଶ୍ରେୟସ ଆୟର ଅର୍ଦ୍ଧଶତକ କରି ଆଉଟ ହୋଇଥିଲେ । ସେ ୫୭ ବଲ୍‌ରେ ୫୪ ରନ କରିଥିଲେ । ଯାହା ଭିତରେ ୨ଟି ଛକା ଓ ୫ଟି ଚୌକା ରହିଥିଲା । ଏହା ପରଠାରୁ ଭାରତୀୟ ଦଳର ଦୃତ ରନ୍ ହାସଲ କରିବା ବେଗ କମିଥିଲା ।

 ତାଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ୧୩ ରନ, ସଞ୍ଜୁ ସାମସନ ୧୨ ରନ୍‌, ଅକ୍ଷର ପଟେଲ ୨୧ ରନ୍, ଦୀପକ ହୁଦା ୨୭ ରନରେ  ଆଉଟ୍ ହୋଇଥିଲେ।  ଶାର୍ଦୁଳ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ଥିଲେ।