• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧୁରନ୍ଧର ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ରାଜନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ୍‌ । ଖେଳ ଜଗତରେ ତାଙ୍କର ନେତୃତ୍ୱ ନେବାର ଦକ୍ଷତା ଏ ଦେଶ ଦେଖିଛି । IPLରେ ଚେନ୍ନାଇ ଦଳ ସଫଳତା ପାଇବାପରେ ଏହାର ଶ୍ରେୟ ମହିନ୍ଦ୍ରା ସିଂ ଧୋନୀଙ୍କୁ ଦେବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ବରିଷ୍ଠ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ।

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ । କିନ୍ତୁ ସେ ଏ କ୍ଷେତ୍ରରେ ବେଶିଦିନ ନରହି ରାଜନୀତିକୁ ଆସିବା କଥା ଚିନ୍ତା କରିବା ଉଚିତ୍‌ ବୋଲି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି

ଖାଲି ସେତିକି ନୁହେଁ, ଆନନ୍ଦ ଆହୁରି ମଧ୍ୟ ତାଙ୍କ ଟ୍ୱିଟ୍‌ରେ କିଛି ଲେଖିଥିବା ଦେଖିବାକୁ ମିଳିଛି । ସେ ତାଙ୍କର କିଛି ପୁରୁଣା କଥାକୁ ମନେପକାଇଛନ୍ତି । ସେ ଲେଖିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଦ୍ୱାରା NCCର ଏକ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ ମୁଁ ଅଂଶଗ୍ରହଣ କରିଥିଲି । ମୁଁ ତାଙ୍କ ସହିତ ପରିଚାଳିତ NCC ସମୀକ୍ଷା ପ୍ୟାନେଲରେ କାମ କରିଛି ।

ସେଠାରେ ଧୋନିଙ୍କ କାର୍ଯ୍ୟକୁ ମୁଁ ଦେଖିଛି । ସେ ଅଭିନବ ଉପାୟରେ ସବୁ କିଛି କରିପାରିବେ । ଧୋନି ସ୍ପଷ୍ଟ ଭବିଷ୍ୟତ ନେତା ବୋଲି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟରରେ Firstpost Sportsର ଏକ ଟ୍ୱିଟ୍‌କୁ ସେୟାର କରି ଏପରି ଲେଖିଛନ୍ତି ।