/odishatv-khabar/media/post_attachments/uploadimage/library/16_9/16_9_0/MS_Dhoni_1682318518.jpg)
MS Dhoni
ଆଇପିଏଲ (Indian Premier League )ର ୧୬ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ସର୍ବୋତ୍ତମ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା । ତେବେ ଚେନ୍ନାଇର ବୋଲିଂ ସମୟରେ ଧୋନିଙ୍କ ‘ରିଭ୍ୟୁ ସିଷ୍ଟମ୍’ର ପୁଣି ଥରେ ଜଲୱା ଦେଖିବା ପାଇଁ ମିଳିଛି।
ଅଧିକ ପଢ଼ନ୍ତୁ: ଆଇପିଏଲ୍ରେ ଧୋନି ଯୁଗର ଅନ୍ତ; ଅବସର ନେଇ ଦେଲେ ଇସାରା
Dhoni Review System! Mahi bhai is a legend 🐐 #IPL2023pic.twitter.com/PvHMQIILyp
— Farid Khan (@_FaridKhan) April 23, 2023
କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମ୍ୟାଚରେ ପ୍ରଥମରେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରର ଚତୁର୍ଥ ବଲରେ ରବିନ୍ଦ୍ର ଜାଡେଜା ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ସିଏସ୍କେ ଟିମ୍ର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ (MS Dhoni)ଙ୍କୁ କେକେଆର (KKR)ର ବୋଲର୍ କୁଲୱନ୍ତ ଖେଜୁରଲିଆ ଅଣ୍ଟା ଉପରୁ ସିଧା ବଲ୍ ଫିଙ୍ଗିଥିଲେ । କିନ୍ତୁ ଅମ୍ପାୟାର୍ ଏହାକୁ ନୋ ବଲ୍ ଦେଇନଥିଲେ ।
MS Dhoni is the biggest superstar in world cricket right now;)...
Maidan koi bhi ho Jalwa Dhoni ka hota hai..
Mahendra Bahubali DHONI🔥💛#DhoniReviewSystem#CSKvsKKR#KKRvCSK#KKRvsCSK#IPL2O23pic.twitter.com/xwvOxOjtn2
— Harsh Agrawal (@Harshit04882281) April 23, 2023
ଏଥିରେ ଧୋନି, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି DRS(ରିଭ୍ୟୁ) ନେଇଥିଲେ । ଏହା ପରେ ରିପ୍ଲେରେ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା । ଧୋନିଙ୍କ ଅଣ୍ଟା ଉପରକୁ ବଲ୍ ଯାଉଥିବା ଦେଖି ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ଏହାକୁ ନୋ ବଲ୍ ହେବାସହ ଫ୍ରି ହିଟ୍ ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ ରବିବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ଦ୍ୱିତୀୟ ପାଳିରେ କୋଲକାତା ୨୩୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ କେବଳ୧୮୬ ରନ୍ କରିଥିଲା । ଏହି ମ୍ୟାଚରେ ବିଜୟ ସହ ଚେନ୍ନାଇ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ପ୍ରଥମ ସ୍ଥାନରେ ରହିଛି ।
ସେହିପରି ରବିବାର ଖେଳାଯାଇଥିବା ଅନ୍ୟତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନରେ ପରାସ୍ତ କରିଛି। ୧୯୦ ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ମାତ୍ର ୧୮୨ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଆଜି ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ହେବ ଟକ୍କର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)