• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ଅନେକ ଭାଇରାଲ ଭିଡିଓ ଦେଖିଛନ୍ତି । ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଭିଡିଓ ଭାଇରାଲ ହେଉଛି । ହେଲେ ଆଜି ଆମେ ଯେଉଁ ଭିଡିଓ କଥା କହୁଛୁ ତାହା ଟିକିଏ ନିଆରା । ଏହି ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କୁ ଯେତିକି ଖୁସି ଲାଗିବ ବା ଭଲ ଲାଗିବ ସେତିକି ଭୟ ବି ଲାଗିବ । କାରଣ ଭିଡିଓରେ ଠିକ୍‌ ସେମିତି କିଛି ରହିଛି ।

ଭାଇରାଲ ଭିଡିଓରେ ଜଣେ ସୁନ୍ଦରୀ ମହିଳା ଗୋଟିଏ ସିଂହକୁ ଧରି ଆରାମରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ସକାଳୁଆ ପାଗ, ଅଳ୍ପ ଅଳ୍ପ ଖରା । ଏହି ସମୟରେ ସିଂହକୁ ଧରି ମର୍ଣ୍ଣିଂ ୱାକ୍‌ରେ ବାହାରିଛନ୍ତି ମହିଳା ଜଣକ । କୁକୁର ବେକରେ ଚେନ୍‌ ପକାଇ ସକାଳୁ ୱାକ୍‌ରେ ବାହାରିଲା ଭଳି ମହିଳା ଜଣକ ସିଂହ ବେକରେ ଚେନ୍‌ ପକାଇ ୱାକ୍‌ରେ ବାହାରିଛନ୍ତି । ଯାହାକୁ ଦେଖିଲେ ଛାତିରେ ଛନକା ତ ପଶୁଛି ପୁଣି କିଛି ନିଆରା ଦେଖିବାକୁ ମିଳୁଛି ବୋଲି ଭଲ ବି ଲାଗୁଛି । ଏହାକୁ ଆମେ କ’ଣ କହିବୁ କିଛି ଜାଣିପାରୁନୁ । ଏହା ମହିଳାଙ୍କର ସାହସିକତା ନା ଦୁଃସାହସିକତା ।

 
 
 
 
 
 
 
 
 
 
 
 
 
 
 

A post shared by Khaleel Ahmed (@k4_khaleel)

ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଜଣେ ଲୋକପ୍ରିୟ ଇନ୍‌ଷ୍ଟାଗ୍ରାମ୍‌ ୟୁଜର @k4_Khaleel । ଏହି ୟୁଜର ଜଣକ ଅନେକ ସମୟରେ ମଜାଦାର ଭିଡିଓ ସବୁ ପୋଷ୍ଟ କରିଥାନ୍ତି । ଏବେ ସୁଦ୍ଧା ନିଜ ଆଇଡିରେ ସେ ୬୬୧ଟି ଭିଡିଓ ପୋଷ୍ଟ କରିସାରିଛନ୍ତି । ତାଙ୍କୁ ପାଖାପାଖି ଲକ୍ଷେ ୨୦ ହଜାର ଜଣ ଇନ୍‌ଷ୍ଟାରେ ଫଲୋ କରୁଛନ୍ତି । 

 

ତେବେ ଆମେ ଯେଉଁ ଭିଡିଓ କଥା କହୁଛୁ ସେଥିରେ ମହିଳା ଜଣକ ସିଂହ ଧରି ବୁଲୁଛନ୍ତି । ଆଉ ସେହି ସ୍ଥାନ ଏକ ଚିଡ଼ିଆଖାନା ଭଳି ଦେଖାଯାଉଛି । ସେ ରାସ୍ତାରେ ଯାଉଥିବା ବେଳେ ଅନ୍ୟ ଏକ ଖୁଆଡ଼ରେ ଆଉ ଏକ ସିଂହ ଛିଡ଼ା ହୋଇଥିବା ଭିଡିଓରେ ଦେଖାଯାଉଛି । ଖାଲି ସେତିକି ନୁହେଁ ବେଳେବେଳେ ସିଂହ ବେକକୁ ମହିଳା ଜଣକ ଆଉଁଷି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

 

ଏହି ଭିଡିଓକୁ ସୋସିଆଲ ମିଡିଆରେ ଦେଖିବା ପରେ ୟୁଜର୍ସମାନେ ଖୁବ୍‌ କମେଣ୍ଟ କରିଛନ୍ତି । ପ୍ରାୟ ସମସ୍ତେ ମହିଳାଙ୍କ ସାହସକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି । ଏହା ଏକ ଡେୟାରିଂ ଆକ୍ଟ ବୋଲି ଅଧିକାଂଶ କମେଣ୍ଟ ଆସିଛି । ଆଉ କେହି କେହି ପରାମର୍ଶ ଦେଇଛନ୍ତି, ମାଡାମ ଟିକେ ଦେଖି ଚାହିଁକି ରହିବେ ।