/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688472122.jpg)
Viral Video
ବଲିଉଡ୍ ଫିଲ୍ମ ଭଳି ଦିଲ୍ଲୀ ମେଟ୍ରୋ ମଧ୍ୟ ସବୁ ବେଳେ ଚର୍ଚ୍ଚାରେ । ପ୍ରତ୍ୟେକ ଦିନ ଯଦି କେହି ବ୍ୟକ୍ତି ଦିଲ୍ଲୀ ମେଟ୍ରୋ ଉପରେ ନଜର ରଖନ୍ତି, ତେବେ କିଛ ନା କିଛି ଅଜବ ଖବର ନିଶ୍ଚୟ ସାମ୍ନାକୁ ଆସିବ । କେହି କେହି କୁହନ୍ତି ଦିଲ୍ଲୀ ମେଟ୍ରୋ, କୌଣସି ମନୋରଞ୍ଜନ କଲା ଭଳି ଟିଭି ସିରିଏଲଠାରୁ କମ୍ ନୁହେଁ ।
ସେହି ଦିଲ୍ଲୀ ମେଟ୍ରୋରୁ ଆମ ପାଖକୁ ଆସିଛି ସେମିତି ଏକ ଅଜବ ଭିଡିଓ । ଯେଉଁଥିରେ ଦେଖାଯାଇଛି, ଜଣେ ଯୁବତୀ ଅଚାନକ ଜଣେ ଯୁବକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି । ଆଉ ଯୁବକ ଜଣକ ଚୁପ୍ ହୋଇ ଛିଡ଼ା ହୋଇଛନ୍ତି । ଏମିତିକି ଯୁବକ ଜଣକ ଯୁବତୀଙ୍କୁ ରୋକିବାକୁ ବି ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ଉପରକୁ ହାତ ଉଠାଇ ନାହାନ୍ତି ।
ଏହି ଭିଡିଓକୁ ସୋସିଆଲ ମିଡିଆରେ ହଜାର ହଜାର ଲୋକ ଦେଖି ସାରିଲେଣି । ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, କାହିଁକି ଯୁବତୀ ଜଣକ ଯୁବକଙ୍କୁ ମାରୁଛନ୍ତି ? ସମସ୍ତେ ଏହା ମଧ୍ୟ ଦେଖି ଆଶ୍ଚର୍ଯ୍ୟ ଯେ, ଯୁବକ ଜଣକ ଏହାର ପ୍ରତିଉତ୍ତରରେ କାହିଁକି ହାତ ଉଠାଉ ନାହାନ୍ତି । କିମ୍ବା ଯୁବତୀଙ୍କୁ ରୋକିବାକୁ ଚେଷ୍ଟା କରୁନାହାନ୍ତି ।
ଖାଲି ସେତିକି ନୁହେଁ ମେଟ୍ରୋ ଭିତରେ ଏହି ଡ୍ରାମା ଚାଲିଥିବା ବେଳେ ଆଖପାଖରେ ବସିଥିବା ଲୋକେ ଏହି ଦୃଶ୍ୟ ଦେଖି ମଜା ନେଉଛନ୍ତି ସିନା କିନ୍ତୁ କେହି ଏଥିରେ ମଧ୍ୟସ୍ଥତା କରି ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରୁ ନାହାନ୍ତି । କୌଣସି ବି ବ୍ୟକ୍ତି ଯୁବକ ଓ ଯୁବତୀଙ୍କ ଝଗଡ଼ାରେ ମୁଣ୍ଡ ପୁରାଇବାକୁ ଚାହିଁନାହାନ୍ତି ।
Kalesh b/w a guy and a Girl Inside “Delhi Metro) - Girl slaps him too hard just think if it was vice-versa😀 pic.twitter.com/Y0RiKeYWem
— Ghar Ke Kalesh (@gharkekalesh) July 3, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)