• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ ଆକାଶରେ କେବେ ଚାଲିଛନ୍ତି ? ଚାଲିବା ତ ଦୂରର କଥା, ଏତେ ଉଚ୍ଚରୁ ଯେ କେହି ନିଜକୁ ସୁରକ୍ଷିତ ରଖି ଖେଳ ପ୍ରଦର୍ଶିତ କରିପାରେ, ତାହା ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ । ବିଶ୍ୱର ଅନେକ ବିପଦପୂର୍ଣ୍ଣ ଖେଳ ମଧ୍ୟରୁ ସ୍କାଏଡାଇଭିଂ ଅନ୍ୟତମ । ସ୍କାଏଡାଇଭିଂ ଦେଖିବା ପାଇଁ ଯେତେ ରୋମାଞ୍ଚକର ଖେଳୁଥିବା ବ୍ୟକ୍ତି ମଧ୍ୟ ଜୀବନକୁ ବାଜିରେ ଲଗାଇ ଦେଇଥାଏ ।

ଆକାଶରେ ଚମତ୍କାର ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ବେଳେ ଶରୀରରେ ଶିହରଣ ସୃଷ୍ଟି ହୋଇଥାଏ । ସେହିପରି ଜଣେ ମହିଳା ହେଲେ ୨୩ ବର୍ଷୀୟା ସ୍କାଏଡାଇଭର ମାଜା କୁଜିନସ୍କା । ସେ ସ୍କାଏଡାଇଭିଂକୁ ଏପରି ସ୍ତରକୁ ନେଇ ଯାଇଛନ୍ତି ଯେ, ଦେଖିବା ଲୋକ ଦେଖି ଦେଖି ହିଁ ରହିଯିବେ ।

ଖୋଲା ଆକାଶରେ ବଡ଼ ଆରାମରେ ଚାଲୁଛନ୍ତି ମାଜା କୁଜିନସ୍କା । ନଦେଖିବା ପର୍ଯ୍ୟନ୍ତ ଆପଣ ବିଶ୍ୱାସ କରିପାରିବେନି । କୁଜିନସ୍କାଙ୍କ ଏପରି କୌଶଳ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ନିଜ ଇଷ୍ଟାଗ୍ରାମରେ ସ୍କାଏଡାଇଭିଂର ଭିଡ଼ିଓ ସବୁ ପୋଷ୍ଟ କରିଛନ୍ତି କୁଜିନସ୍କା ।

ଭିଡିଓଗୁଡ଼ିକରେ ସେ, ଅତି ସୁନ୍ଦର ଭାବରେ ପବନରେ ଗତି କରୁଥିବା ଦେଖିବାକୁ ମିଳୁଛି । ଯେପରି ସେ ଏକ ଅଦୃଶ୍ୟ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ତାଙ୍କର ଚାଲିବା ଶୈଳୀ ଏତେ ସରଳ ଓ ନିୟନ୍ତ୍ରିତ ଯେ, ଜଣା ହିଁ ପଡ଼ୁନାହିଁ ସେ ଆକାଶରେ ଚାଲୁଛନ୍ତି ବୋଲି । ପ୍ରକୃତରେ ସେ ଭୂଇଁରେ ନାହାଁନ୍ତି ବୋଲି ବିଶ୍ୱାସ କରିବା କଷ୍ଟକର । ତେବେ କୁଜିନସ୍କା ସ୍କାଏଡାଇଭିଂରେ ବହୁ ବର୍ଷର ଅଭିଜ୍ଞତା ରଖିଛନ୍ତି ।

ଇଷ୍ଟାଗ୍ରାମରେ ମାଜାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ରହିଛନ୍ତି । କେତେକ ଭିଡ଼ିଓରେ ସେ ନାଚୁଥିବା ବେଳେ, ଅନ୍ୟ କେତେକ ଭିଡ଼ିଓରେ ସେ ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି ।