• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମ ପାଇଁ ସାଥୀ ହୋଇଥା’ନ୍ତି ଦମ୍ପତି । ପ୍ରାୟ ଅନେକ ଲୋକ ନିଜର ବିବାହକୁ ସ୍ମରଣୀୟ ରଖିବାକୁ ବହୁତ କିଛି କରିଥା’ନ୍ତି । ଯେପରିକି ଭୋଜିଠୁ ଆରମ୍ଭ କରି ସାଜସଜ୍ଜା ଓ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ନିଜ ବାହାଘରରେ ଯେପରି କିଛି ଉଣା ନରୁହେ ସେଥିପ୍ରତି ଧ୍ୟାନ ଦେଇଥା’ନ୍ତି ଉଭୟ ବର ଓ କନ୍ୟା ଘର ପକ୍ଷ ।

ସାଧାରଣ ଭାବେ ଏମତି କହିବାକୁ ଗଲେ ବ୍ୟକ୍ତି ଜଣକ ବିବାହ କରି ସାରା ଜୀବନ ପାଇଁ ସାଥୀଟିଏ ପାଇଥା’ନ୍ତି । ହେଲେ ଆପଣ କେବେ ଜାଣିଛନ୍ତି କି ସ୍ୱଳ୍ପ ସମୟ ପାଇଁ ବିବାହ କରିବା କଥା । ଅର୍ଥାତ୍‌ ସାରା ଜୀବନ ନୁହେଁ, ଅଳ୍ପ କିଛି ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥା’ନ୍ତି ଯୁବକ-ଯୁବତୀ । ବର୍ତ୍ତମାନ ଏହିପରି ଏକ ଖବର ଭାଇରାଲ ହେବାର ଲାଗିଛି । ଯାହା ଚର୍ଚ୍ଚାର ପରିଧୀକୁ ଆସିଛି ।

ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ପାଇଁ ଅନେକ ମାଟ୍ରିମନିଆଲ୍‌ ସାଇଟ୍‌ ଉପଲବ୍ଧ ହେଲାଣି । ଯାହାଦ୍ୱାରା ନିଜର ଜୀବନସାଥୀ ବାଛୁଛନ୍ତି ଯୁବକ ଯୁବତୀ । ହେଲେ ଆଜିର ସମୟରେ ଏପରି ଇଣ୍ଟରନେଟ୍‌ ଯୁଗରେ ଜଣେ ଯୁବତୀଙ୍କ ବିବାହ ପ୍ରସ୍ତାବ ସମସ୍ତଙ୍କୁ ଖୁବ୍‌ ଚର୍ଚ୍ଚାର ଖୋରାକ ଯୋଗାଛି । କାରଣ ଯୁବତୀ ଜଣକ ସାରା ଜୀବନ ପାଇଁ ଜୀବନସାଥୀ ନୁହେଁ ବରଂ ସ୍ୱଳ୍ପ ସମୟ ପାଇଁ ବିବାହର ପ୍ରସ୍ତାବ ଦେଇଛନ୍ତି । ତାହା ପୁଣି କୌଣସି ମାଟ୍ରିମନିଆଲ୍‌ ସାଇଟ୍‌ରେ ନୁହେଁ ।

ଖବର କାଗଜରେ ନିଜ ସମ୍ପର୍କରେ କିଛି ତଥ୍ୟ ଦେବା ସହ ଯୁବତୀ ଜଣକ ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଖବର କାଗଜରେ ଏକ ଆଡ୍‌ ମଧ୍ୟମରେ ଯୁବତୀ ଲେଖିଛନ୍ତି, ‘ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି । ମୁଁ ଛାଡ଼ପତ୍ର ପାଇଥିବା ଉଚ୍ଚଶିକ୍ଷିତା ବ୍ରାହ୍ମଣ ଘରର ଝିଅ । ୧୯୮୯ରେ ଜନ୍ମ, ଉଚ୍ଚତା ୫ ଫୁଟ୍ ୭ ଇଞ୍ଚ, ମୁମ୍ବାଇରେ ମୋର ନିଜସ୍ୱ ବିଜନେସ୍‌ ରହିଛି ।’ ବୋଲି ଯୁବତୀ ଜଣକ ଖବର କାଗଜରେ ବିଜ୍ଞାପନ ଦେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ଖବର କାଗଜର ଏହି ବିଜ୍ଞାପନ ପେଜ୍‌କୁ ତନିସ୍କା ସୋଢ଼ି ନାମକ ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ପେଜ୍‌ରେ ସେୟାର କରିଥିବା ଦେଖିବାକୁ ମିଳିଛି ।